ଦାସିଆ ଅଜା

୧୨ ଜୁଲାଇ ୧୯୦୭ ରେ
ଜନ୍ମିଥିଲ ନୟାଗଡ଼ ଉଦୟପୁରେ
ପାଠାଗାର ଆନ୍ଦୋଳନ ଜନକ ଭାବରେ
ଛାଡ଼ିଗଲ ଛାପ ଜନମାନସରେ।
ଦାଶରଥି ଥିଲା ତୁମର ନାମ
ଶରୀର ରୁଗଣ ହେଲେ ଦୃଢ଼ ମନ
ଖଦି କପଡାକୁ ମୁଣ୍ଡେ ପଗଡ଼ି
ପରିଚିତ ହେଲ ପାଠାଗାର ଗଢି।
ଷଷ୍ଠ ଶ୍ରେଣୀରୁ ପାଠ ସିନା ଛାଡିଥିଲ
କିନ୍ତୁ ଅନେକ ଲୋକଙ୍କୁ ପଢ଼ିବା ସୁଯୋଗ ଦେଲ
ପଚାଶ ବରଷେ ପାଞ୍ଚ ବହି ଧରି
ବୁଲିଲ ଓଡ଼ିଶା ବହି ସଂଗ୍ରହ କରି।
୧୯୫୯ ରେ ଗଢିଲ ବାଞ୍ଛାନିଧି ପାଠାଗାର
ଯହିଁ ପୁସ୍ତକ ରହିଛି ପ୍ରାୟ ପଚାଶ ହଜାର
ପଂଚଷଠି ହଜାରରୁ ଉର୍ଦ୍ଧ୍ବ ପତ୍ରିକାର ସାଥୀ
ତିନିହଜାର ପାଖାପାଖି ତାଳପତ୍ର ପୋଥି।
ତା ସାଥେ କରିଲ ସଂଗ୍ରହାଳୟ
ଯହିଁ ଦେଖିବାକୁ ମିଳେ ପ୍ରାଚୀନ ଐତିହ୍ୟ
ରହିଛି ସେଠାରେ ଅନେକ ପ୍ରାଚୀନ ପତ୍ର
ଯାହା କହେ ଇତିହାସ ସଚିତ୍ର।
ଓଡ଼ିଶାର ତୁମେ ବିଶିଷ୍ଟ ବ୍ୟକ୍ତିତ୍ୱ
"ଦାସିଆ ଅଜା" ରୂପେ ପରିଚିତ
ନବେ ବରଷର ତୁମ ଜୀବନ
ନବେ ଦଶନ୍ଧି ଯାଏ ରହିବ ମନ।
୧୯୯୭ ସେପ୍ଟେମ୍ବର ୧୨ ରେ
ଛାଡ଼ି ଚାଲିଗଲ ସଭିଙ୍କୁ ଆରପାରେ
ଲେଖନୀ ମାଧ୍ୟମେ ଚାହେଁ ଶୁଭଦୃଷ୍ଟି
ଲକ୍ଷେ "ଦାସିଆ ଅଜା" ହୁଅନ୍ତୁ ସୃଷ୍ଟି।
ସୌଜନ୍ୟ
ତଥ୍ୟ- BhubaneswarBuzz
          Incredibleodisha.com
ଛବି-  BhubaneswarBuzz

Post a Comment

Post a Comment (0)

Previous Post Next Post
Free Shubhdristi App Download Now