କ୍ରିକେଟ ଭଗବାନ

କ୍ରିକେଟ ଭଗବାନ  
ଜନମିଲ ଏକ ମରାଠୀ ଘରେ ୧୯୭୩ ଅପ୍ରେଲ ୨୪ ରେ
ମାତା କାର୍ଯ୍ୟରତା ପିତା ବ୍ରତୀ ସାହିତ୍ୟ ସାଧନା ରେ
ବାପାଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ନାମ
ପ୍ରଦାନ କରିସାରିଲେ ତୁମ ନାମକରଣ କାମ
ତୁମ ଗୁରୁ ଥିଲେ ରମାକାନ୍ତ ଆଚରେକର
କ୍ରିକେଟ ଖେଳିଲ ଆଦର୍ଶ ମାନି ସୁନୀଲ ଗାଭାସ୍କର।
୧୬ ବର୍ଷରେ ଅଦ୍ଭୁତ ଖେଳ ଦେଖାଇଲ
ବହୁତ ବଡ଼ ବଡ଼ ଖେଳାଳିଙ୍କୁ ଧୂଳି ଚଟାଇଲ
ୱାକାର ୟୁନିସ ବାଉନ୍ସର ଯେବେ କଲା ଘାଇଲା
ମ୍ୟାଚ ଜିତିବା ପାଇଁ ବଲ ବାଉଣ୍ଡାରୀ ପାର ହୋଇଲା
ପାକିସ୍ତାନ ଭୂଇଁ ରେ ତାକୁ ହରାଇ
ଭାରତ ସମ୍ମାନ ଦେଲା ଫେରାଇ।
୧୯୯୦ ବିମାନ ବନ୍ଦର ଫେରିବା ପଥେ
ଭେଟ ହୋଇଥିଲା ଅଞ୍ଜଳୀ ମେହେଟା ଙ୍କ ସାଥେ
ତୁମଠାରୁ ସିଏ ଥିଲେ ୬ ବର୍ଷ ବଡ଼
ଜାଣେ ପ୍ରେମ ମାନେ ନାହିଁ ବୟସର ବନ୍ଧ ବାଡ଼
କନ୍ୟା ସାରା ଆଉ ପୁଅ ଅର୍ଜୁନ
ଝିଅର ଟେନିସ ପୁଅର କ୍ରିକେଟ ଖେଳେ ମନ।
୨୦୦୩ ବିଶ୍ୱକପ ଖେଳ
ଲୋକଙ୍କ ଆଶା ଓ ଭରସା ତୁମେ ଥିଲ
ସେମିଫାଇନାଲେ ସୋହେବ ଅଖତାର
ଫାଇନାଲେ କଲ ୱାର୍ନେ କୁ ପ୍ରହାର
ବିଶ୍ୱକପ ସିନା ଭାରତ ହାରିଲା
ତୁମଖେଳ କିନ୍ତୁ ହୃଦୟ ଜିଣିଲା।
୨୦୧୧ ବିଶ୍ୱକପ ଖେଳ
ସମାଲୋଚନାର ଶିକାର ହେଲ
ଭାଙ୍ଗିନପଡି ନିଜକୁ ସମ୍ଭାଳିଲ
ଶତକ ଓ ରନ ବର୍ଷା କରି ନିଜକୁ ଦୃଢ଼ ବୋଇଲ
ଦେଖିଲ ୩ ଟି ବିଶ୍ୱକପ ପରାଜୟ
ହାସଲ କଲ ସ୍ବପ୍ନ ବିଶ୍ୱକପ ବିଜୟ।
ତବ କୃତିତ୍ୱ ର ନାହିଁ ତୁଳନା
ଅସମ୍ଭବ ଅଟେ ଲେଖନୀ ମାଧ୍ୟମେ ଅବତାରଣା
ସର୍ବାଧିକ ଶତକ ଓ  ସର୍ବାଧିକ ରନ
ସର୍ବାଧିକ ଜାତୀୟ ଅନ୍ତର୍ଜାତୀୟ ପୁରସ୍କାର ତବ କୀର୍ତ୍ତିମାନ
୨୦୧୪ ଆଣିଦେଲା ତୁମ ପାଇଁ ଶୁଭଦିନ
କ୍ରୀଡା କ୍ଷେତ୍ରରେ ପ୍ରଥମ ବ୍ୟକ୍ତି ଲଭିଲ ଭାରତରତ୍ନ।
ଆମେରିକା ପରି ଦେଶେ
ଯହିଁ କ୍ରିକେଟ ଖେଳ ହୁଏ ନାହିଁ ଅବକାଶେ
ବାରାକ ଓବାମା ଥିଲେ ପ୍ରଥମ ନାଗରିକ
ସାକ୍ଷାତକାର ରେ ଦେଲେ ପରିଚୟ ସିଏ ତୁମ ପ୍ରଶଂସକ
କ୍ରିକେଟ ଖେଳ ର ଅନନ୍ୟ ବିଭବ ବ୍ରାଡମ୍ୟାନ
ଆତ୍ମଜୀବନୀ ରେ ଲେଖିଲେ ତୁମ ପ୍ରତି ସିଏ ରଖନ୍ତି ଧ୍ୟାନ।
ଲୋକଙ୍କ ମନରେ ଦେବାକୁ ଖୁସି
ଶ୍ରମିକଙ୍କ ସହ ଖେଳିଚ ମିଶି
ମନରେ ତୁମର ନଥିଲା ଗର୍ବ
ତୁମ ଖେଳ ଥିଲା ସଭିଙ୍କ ପର୍ବ
ତବ ଉଦ୍ଦେଶ୍ୟରେ ଅନେକ ଲୋକଙ୍କ ଅନେକ ବଚନ
"କ୍ରିକେଟ ମୋ ଧର୍ମ ସଚ୍ଚିନ ମୋ ଭଗବାନ"
ଲୋକଙ୍କ ଆଲୋଚନା ସମାଲୋଚନା
ବ୍ୟାଟ ରେ ଜବାବ ଦେଇଛ ତୁମେ କଥା ବିନା
ଏକଦିବସୀୟ ଟି ୨୦ କିମ୍ବା ଟେଷ୍ଟ
ସବୁଥିରେ ତୁମେ ନିଜକୁ କରିଲ ଶ୍ରେଷ୍ଠ
ତୁମ ଜନ୍ମଦିନେ ଏତିକି ଚାହେଁ ଶୁଭଦୃଷ୍ଟି
ସଦାସର୍ବଦା ତୁମ ପ୍ରତି ବିଭୁକୃପା ହେଉ ବୃଷ୍ଟି।
ସୌଜନ୍ୟ:-
ଛବି- ଶାଶ୍ୱତ ଦେବଦତ୍ତ

Post a Comment

Post a Comment (0)

Previous Post Next Post
Free Shubhdristi App Download Now