ସ୍ୱପ୍ୱର ଆଲୋକ

ସ୍ୱପ୍ୱର ଆଲୋକ - ସଂଗ୍ରାମ ମହାରଣା



ଏ ପିଲା, ତୁ ପାଠ ପଢା ଛାଡି ଲୁଚିଛୁ କଣ? 

ଯା ଯା ସ୍କୁଲ ଭିତରୁ ଯା। 

ପାଠ କରିନୁ ବୋଧେ ସେଥିପାଇଁ ଲୁଚିଛୁ, ଆରେ ଏ ବୟସ ରେ ପାଠ କୁ ଡରିଲେ ଭବିଷ୍ଯତ ରେ କଣ କରିବୁ? 

ଶିଘ୍ର ଯାଉଛୁ ନା ଦେଖିବୁ ହେଡ୍ ମାଷ୍ଟ୍ରେଙ୍କୁ ଡାକିବି! 

       ଏତିକି ଶୁଣି ପିଲାଟି ସ୍କୁଲ୍ ଭିତରକୁ କଣ ଯିବ ସିଧା ଦଉଡି ପଳେଇଲା ବାହାର କୁ। ଏହା ଦେଖି କୃପାସିନ୍ଧୁ ବାବୁ ଟିକେ ହସି ଦେଇ ସିଧା ଚାଲିଲେ ସକାଳ ର ସବୁ ଦିନିଆ ଜାଗାକୁ। ବୁଢା ହେଲେଣି ତ । ଆଉ ରିଟାୟାର୍ଡ଼ ବି ହେଇଗଲେଣି ଏଇ ଦୁଇ ମାସ ହେବ।ସେଥିପାଇଁ ଏ ସମୟ ରେ ଗାଁ ରେ ଟିକେ ସମୟ କାଟିବା କୁ ତାଙ୍କ ପୁରୁଣା ବନ୍ଧୁ ମାନେ ବି ତାଙ୍କ ସହ ମିଶିବାକୁ ଗପସପ କରିବାକୁ ଆଉ ଚା ଟିକେ ପିଇବାକୁ। କାହିଁକି ନା ଘରଣୀ ଯେତେ ଅଦା ପକେଇ ଚା କଲେ ବି ସେଠିକାର ମାହୋଲ ଆଉ ତା ସାଙ୍ଗ କୁ ଗୁଲୁଗୁଲା ଟିକେ , କାରଣ ସହର ରୁ ଆସିଲା ପରେ ସେ ସମ୍ପୂର୍ଣ୍ଣ ଗାଁ ସହ ଯୋଡି ହେବା ପାଇଁ ଚେଷ୍ଟା କରିଛନ୍ତି। ଦୋକାନ ଆଗରେ ସାଇକେଲ୍ ଟା କୁ ରଖି ଚୌକି ରେ ବସି ପଡିଲେ କୃପାସିନ୍ଧୁ ବାବୁ । ଆଉ କହିଲେ , "ଆରେ ଚା ଟିକେ ଆଣିଲୁ "। 

:-ଶୁଣିଲି ପିଲାଟେ ଦୋକାନ ରେ ରଖିଲୁ, ଭଲ କଲୁ ତୋ କାମ ଟିକେ କମିଯିବ ଏ ଥର। 

:-ହଁ ଆଜ୍ଞା,

:-ଆଉ ତୋ ପୁଅ ହଷ୍ଟେଲ ଗଲା ନା ଗାଁ ସ୍କୁଲ ରେ ପଢିଲା। 

:-ଟୋକା ଟା ଜମା ରାଜି ହେଲାନି ଯିବା ପାଇଁ ଆଉ ବି ଗୋଟେ ବୋଲି ପୁଅ ଆଖି ଆଗରେ ରହିବ ଏଇଠି ପଢିଲା। 

:- ଭଲ କଲୁ। ଆଛା ପିଲା ଟା କୋଉଠୁ ପାଇଲୁ ? 

:- ପଣ୍ଡାପଡା ମାନେ କେନ୍ଦୁଝର,ଆଜ୍ଞା। 

ବାପ ଟା ମଦୁଆ ଟା, ମା ତା ର ପାଇଟି କାମ କରେ ,ମା ତାର ଯାହା ପଇସା ଆଣେ ତା ମରଦ ସବୁ ପଇସା ତା ଠୁ ନେଇଯାଏ। ମାଡ ବି ମାରେ ଆଉ ଏ ଛୁଆ ଟା କୁ ମାରେ । ସେଥି ପାଇଁ ଆଜ୍ଞା। 

:- ଭଲ କରିଛୁ, ଦି ପଇସା ରୋଜଗାର କରି ତା ମାକୁ ତ ପଠେଇବ। 

:- ସେତିକି ବେଳେ ସେ ପଟୁ ଶୁଭିଲା 

   ବାବୁ, ଚା। 

ବାବୁ ଜଣକ ଚା ହାତରେ ଧରିବାକୁ ଯାଇ ହଠାତ୍ ଚମକି ପଡିଲେ। ପିଲାଟା ବି ବାବୁଙ୍କୁ ଦେଖି ଡରି ଗଲା ଆଉ ଡର ରେ ଗ୍ଲାସ ଟା ହାତ ରୁ ପଡି ଭାଂଗି ଗଲା। ଦୋକାନୀ ଜଣକ ସେଇଠି ସମସ୍ତଙ୍କ ସାମ୍ନା ରେ ପିଲାଟି କୁ ବହୁତ ବାଡେଇଲା । ସେଠିକାର ଲୋକ ମାନେ କିଏ କିଏ ଗ୍ଲାସ ର ଦାମ ସହ ଚା କୁ ମିଶେଇ କେତେ ଟଙ୍କା କ୍ଷତି ହେଲା ହିସାବ କରୁଥାନ୍ତି ତ କିଏ ଭଙ୍ଗା କାଚ କାହା ଗୋଡ ରେ ଫୁଟିବ ସେ ହିସାବ କରୁଥାନ୍ତି। ବାବୁ ଜଣଙ୍କ ଦଉଡି ଯାଇ ପିଲା ଟା କୁ ଧରିଲେ, ଦେଖିଲେ ଯାହାକୁ ସେ ସକାଳେ ଏତେ ଭାଷଣ ଦଉଥିଲେ ଏ ସେଇ ପିଲା। କିଛି ସମୟ ତାକୁ ଦେଖିଲେ ଆଉ ଦୋକାନୀ କହୁଥିବା କଥା ସହ ତା କର୍ମ କୁ ହିସାବ କଲେ, ନିଜ ପୁଅ ଆଖି ସାମ୍ନା ରେ ରହିବ ବୋଲି ଆଉ କାହାର ଛୁଆ କୁ ତା ବାପ ମାଆ ଠୁ ଅଲଗା କରି ନିଜ ସ୍ୱାର୍ଥ ପାଇଁ ଲାଭ ଦେଖିଲେ ପ୍ରକୃତ ରେ ସେଇଟା ଲାଭ ନା କ୍ଷତି । ସେଇଠି ଠିକ୍ ସେହି ସମୟରେ କେହି ଜଣେ ଖବର କାଗଜକୁ ବଡ ପାଟିରେ ପଢୁଛନ୍ତି କି ସରକାର ନିୟମ କଲେ ଯଦି କେହି ଛୋଟ ପିଲା କୁ ଦୋକାନ ରେ କାମ କରଉଥାନ୍ତି ତାହେଲେ ସେଇଟା ଆଇନ ଗତ ଅପରାଧ। ସେ ଦୋକାନୀକୁ ଜୋରିମାନା ସହ ଜେଲ୍ ଦଣ୍ଡ ବି ହେଇ ପାରେ। ଠିକ୍ ସେତିକିବେଳେ ଦୋକାନୀ ଜଣ କହୁଛି ଏ ପିଲା ଅନେଇଛୁ କଣ ଶିଘ୍ର ଯା ବାବୁଙ୍କ ପାଇଁ ଆଉ ଗୋଟେ ଚା ନେଇକି ଦେ, ସବୁ ଜିନିଷ ମୋର ଭାଙ୍ଗି ସାରିଲୁଣି, ଏଇଟା ମିଶେଇ ସାତ ଟା ଗ୍ଲାସ ଭାଙ୍ଗି ସାରିଲୁଣି, ଏ ମାସ ରେ ତୋ ଘରକୁ ପଇସା ବନ୍ଦ। ଏତିକି ଶୁଣି ପିଲାଟି ଦୋକାନ ଭିତର କୁ ପଳେଇଲା । ବାବୁ ଜଣଙ୍କ ତାକୁ ଦେଖି ଭାବୁଥାନ୍ତି ପିଲା ଟାକୁ କଣ ଦରକାର, ଶିକ୍ଷା ନା ବର୍ତ୍ତମାନ ପରିସ୍ଥିତିରେ ନିଜେ ବଞ୍ଚିବା ପାଇଁ ସାହାସ। ଶେଷରେ ନିଜେ ନିଜେ ନିଷ୍ପତ୍ତି ନେଲେ। ତା ପରଦିନ ଦୋକାନୀ କୁ ସେ ପିଲା ର ଦରମା ବିଷୟ ରେ ପଚାରି ତାକୁ ତାର ଦାମ ଦେଇ ପିଲା ଟାକୁ ନେଇ ଆସିଲେ । ସିଧା ଆଣି ସ୍କୁଲ ରେ ଆଡ୍ମିଶନ୍ କରାଇଲେ।ସ୍କୁଲ ହଷ୍ଟେଲ୍ ର ଖର୍ଚ୍ଚ ସେ ନିଜେ ବହନ କରିବେ ବୋଲି କହିଲା।ଆଉ ତା ପରଦିନ ଯେତେବେଳେ ସକାଳୁ ପୁଣି ବାହାରିଲେ ସେ ପିଲା କୁ ଦେଖିଲ ସେଦିନ କିନ୍ତୁ ସେ ପିଲା ମୁହଁ ରେ ଥିବା ସବୁ ଭାଷା ପଢି ପରୁଥିଲେ ଆଉ ଭାବୁଥିଲେ ସେ ବି ଦୁନିଆ ଆଉ ସମାଜ ସାମ୍ନା ରେ ନିଶ୍ଚୟ ଲଢିବା ଶିଖି ପାରିବ। ପିଲାଟି ଦଉଡି ଆସି ବାବୁଙ୍କ କୁଣ୍ଢେଇ ପକେଇଲା । ବାବୁ ଜଣକ ତା ମୁଣ୍ଡରେ ହାତ ରଖି ତାକୁ କୋଳେଇ ନେଇ ଆଖି ଛଳ ଛଳ କରି କହିଲେ ଏବେ ଠୁ ସ୍ୱପ୍ନ ଦେଖିବା ଆରମ୍ଭ କର। ଅନ୍ଧାର ଭିତରେ ସ୍ୱପ୍ନ ହିଁ ଗୋଟିଏ ରାସ୍ତା ଯାହା ତତେ ଆଲୋକ ର ସନ୍ଧାନ ରେ ସହାୟ ହେବ। ସେତିକିବେଳେ ସ୍କୁଲ ର ଘଣ୍ଟି ବାଜିବା ଆରମ୍ଭ ହେଇଥିଲା ଆଉ ପିଲା ଟା ତାର ପ୍ରଥମ ସ୍ୱପ୍ନ ନେଇ ସ୍କୁଲ ଭିତରକୁ ଯାଇସାରିଥିଲା। ବାବୁ ଜଣକ ମଧ୍ଯ ତାଙ୍କ ଗନ୍ତବ୍ଯ ସ୍ଥାନ କୁ ବାହାରି ଯାଇଥିଲେ...। 


ଇନ୍ଦୁପୁର ,କେନ୍ଦ୍ରାପଡ଼ା 

ମୋ-୯୯୩୮୫୭୯୪୫୬

Post a Comment

Post a Comment (0)

Previous Post Next Post
Free Shubhdristi App Download Now