କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ - ଶଙ୍କର ବିଶ୍ବାଳ
କବି ନୁହେ ତୁମେ, ଭଞ୍ଜ କବି ଅଟ
ଲେଖା ତୁମ ମନୋରମ ,
ସାହିତ୍ୟ ଜଗତେ ନାମଯେ ହୋଈଲା
କାବ୍ୟ ମାନ ସୁଗମ।
ଘୁମୁସର ପାଖେ ଜନ୍ମ ଯେ ହୋଈଲ
ସାହିତ୍ୟରେ ଦେଲ ମନ ,
ଲାବଣ୍ୟବତୀ କାବ୍ୟ ଖଣ୍ଡ ଲେଖି
ରସପ୍ରେମୀଙ୍କ ମନ ନେଲ।
ପୁରପଲ୍ଲୀ ଚିତ୍ରେ ଅନନ୍ୟ ସୌନ୍ଧର୍ଯ୍ୟ
ରଚନା କରିଲ କାବ୍ୟ,
କାଳ୍ପନୀକ ଚିତ୍ରେ ଆାକର୍ଷିତ କରେ
ସେହି ମନୋହର କାବ୍ୟ।
ଜଗନ୍ନାଥଙ୍କର ରଚିତ ଲୀଳାକୁ
ଆତ୍ମହରା କରିଦିଏ ,
ଭଞ୍ଜଙ୍କର କାବ୍ୟ ରସମୟ ହୋଈ
ସୁରେ ତାଳେ ଛନ୍ଦିଯାଏ।
ହେ ଗଞ୍ଜାମ ମାଟିର ପୁଅ ,
୫୨ ଖଣ୍ଡ ଯେ ମହାକାବ୍ୟ ଲେଖି
ମହାଯଶ ରଖିଗଲ।
Post a Comment