ଅନନ୍ତ ପ୍ରେମ

ଅନନ୍ତ ପ୍ରେମ - ଦିପ୍ତିମୟୀ ଶତପଥି

Ananta Prema, Diptimayi, love, Shubhdristi, ଶୁଭଦୃଷ୍ଟି


ମତେ ପ୍ରେମ ହେଇଯାଏ

ତୁମର ସବୁ ଏକ ରୂପରେ

ତୁମର ଶୀତଳତା ପରି ଛାଇରେ 

ତୁମର ଆକର୍ଷଣ ପରି ଖରାରେ ।


ହୃଦୟରେ ପ୍ରେମ ମୋର ପବିତ୍ର ରହେ 

ଅଧୁରା ହେଉ ପଛେ ପୁରା ରହେ 

ଅନ୍ଧକାରରେ ଭି ମୋ ମନ

ତୁମର କଳ୍ପନା ରେ ନିଡ଼ର ରହେ ।


ସବୁଦିନ ଏବେ ସ୍ଵଭାବ ମୋର 

ଝରଣା ର ତୀବ୍ର ଧାରାରେ ବହେ 

ପାଷାଣ ପରି ରହୁ ପଛେ ମନ ମୋର 

ଆଉ ଏବେ ଆଗକୁ ଚାଲିବାକୁ ନଡରେ ।


ଭୟ ନାହିଁ ଆଉ ଏବେ ମତେ 

ଏଇ ଚଞ୍ଚଳ ପବନ କାନରେ କହେ

ନିସ୍ୱାର୍ଥ ଏବଂ ଅନନ୍ତ ପ୍ରେମ ମୋର 

ବାସ୍ ଖାଲି ତୁମ ପ୍ରେମର କାମନା କରେ।



ଦିପ୍ତିମୟୀ ଶତପଥି

ଢେଙ୍କାନାଳ

Post a Comment

Post a Comment (0)

Previous Post Next Post
Free Shubhdristi App Download Now