ଅଦୃଶ୍ୟ ଫର୍ଦ୍ଦ

 ଅଦୃଶ୍ୟ ଫର୍ଦ୍ଦ - ସ୍ୱାଗତିକା ମହାଙ୍କୁଡ


ସଂଭ୍ରାନ୍ତ ସ୍ଵରାଜ ହେଉଛନ୍ତି ଜଣେ ଭେଷଜ ବିଜ୍ଞାନର ଛାତ୍ର । ସ୍ଵଭାବ ରେ ସେ ଅତ୍ୟନ୍ତ ସାଧାରଣ କିନ୍ତୁ ଚିନ୍ତା ଧାରା ସର୍ବଦା ତାଙ୍କର ଦେଶର ଉନ୍ନତି ନିମନ୍ତେ ବ୍ୟାକୁଳ। ବାପା ମାଆ ଙ୍କ ଇଚ୍ଛା କ୍ରମେ ସେ ଏଇ ପାଠପଢା ପାଇଁ ନିଜକୁ ସମର୍ପିତ କରି ଶେଷରେ ଭଲ ରେଙ୍କ ନେଇ ଉତ୍ତୀର୍ଣ୍ଣ ହେଲେ , କିନ୍ତୁ ଏହା ପରେ ସୁଦ୍ଧା ଇତିହାସ ପ୍ରତି ତାଙ୍କ ଦୁର୍ବଳତା ଅଧିକ। ଅଳ୍ପ ସମୟ ମିଳିଲେ ସେ ହଜି ଯାଆନ୍ତି ଇତିହାସ ମଧ୍ୟରେ । ମେଡିକାଲ ଛାତ୍ର ହୋଇ ଇତିହାସ କୁ ଏତେ ପ୍ରାଥମିକତା ଦେବାର କାରଣ ସ୍ପଷ୍ଟ ଯେ ସେ ଜଣେ ପ୍ରଗାଢ଼ ଇତିହାସ ପ୍ରେମୀ।

ଇତିହାସର ପ୍ରତ୍ୟେକ ବିଷୟକୁ ଭଲ ଭାବରେ ବୁଝି ଶେଷରେ ନିଜ ମୁତାବକ ତାହାର ସିଦ୍ଧାନ୍ତ ବାହାର କରି ତାକୁ ଡାଏରୀ ରେ ଲେଖିବା ତାଙ୍କର ସବୁଠାରୁ ବଡ ସଉକ । 


ଇତିହାସରେ ହଜାର ହଜାର ଆଲୋଚ୍ୟ ବିଷୟ ଅଛି । 

କିନ୍ତୁ ସେ ଭିତରୁ ପରାଧୀନ ଭାରତର ସଂଘର୍ଷ ଠୁ ଆରମ୍ଭ କରି ନିକଟ ଅତୀତ ପର୍ଯ୍ୟନ୍ତର ଇତିହାସ ତାଙ୍କର ଅତି ପ୍ରିୟ। ଭାବିଥିଲେ ଶୀଘ୍ର ସିଦ୍ଧାନ୍ତରେ ପହଞ୍ଚିବେ କିନ୍ତୁ ବାରମ୍ବାର ପଢିବା ସତ୍ତ୍ୱେ ସେ ଏବେ ଯାଏଁ ନିଜର ସେ ସିଦ୍ଧାନ୍ତ ରେ ଉପନୀତ ହୋଇ ପାରୁନାହାନ୍ତି । କେବଳ ଅଟକି ଯାଇଛନ୍ତି ସେଇ ଗୋଟିଏ ବିଷୟ ରେ।

ପାଠ ବହି କୁ ଛାଡିଲେ ମଧ୍ୟ ଦେଶାତ୍ମବୋଧ ଅନ୍ୟ କେତୋଟି ବହି ରେ ତ କେତେ ଥର ଏହି ବିଷୟ ରେ ପଢିଛନ୍ତି, ବିଭିନ୍ନ ଫିଲ୍ମ ତଥା ଅନେକ ଡକ୍ୟୁମେଣ୍ଟରୀ ମଧ୍ୟ ଦେଖିଛନ୍ତି ତଥାପି ତାଙ୍କ ମନ ଅଶାନ୍ତ। ଏସବୁ ପରେ ମଧ୍ୟ ସେ ପାଇ ନାହାନ୍ତି ନିଜ ପ୍ରଶ୍ନର କେତେକ ଅଦୃଶ୍ୟ ଉତ୍ତର। 


ଏତିକି ଭିତରେ ପରାଧୀନ ଭାରତର ଦୃଶ୍ୟ ଏବଂ ସାଧାରଣ ଜନତାଙ୍କ ସବୁ ତ୍ୟାଗ କୁ ସେ ନିଜ ଭିତରେ ଅନୁଭବ କରିଛନ୍ତି ଓ ବର୍ତ୍ତମାନ ର ଜନତା ଙ୍କ ମନୋବୃତ୍ତି ମଧ୍ୟ ଠିକ୍ ଜାଣି ପରଖି ପାରିଛନ୍ତି ଏକ ବଡ ଭିନ୍ନତା। 

ଏହି ପରିବର୍ତିତ ମନୋବୃତ୍ତି ସହ ଜଡିତ ଇତିହାସ ଖୋଜିବାକୁ ତାଙ୍କର ଆଗ୍ରହ ଗଭୀର ହୋଇଛି। କିନ୍ତୁ ଇତିହାସରେ ନଥିବା ଏହି ପରିବର୍ତ୍ତନ ସେ ଜାଣିବେ କିପରି? ତା ଛଡା ଏହି ପ୍ରସଙ୍ଗ କୋଉଠି ମଧ୍ୟ ଆଲୋଚ୍ୟ ର ବିଷୟ ହୋଇ ନାହିଁ କାହିଁକି ??


ଏତିକି ଭିତରେ ମନରେ କୌତୁହଳ ସୀମା ଟପିଯାଇ ସେ ବିରକ୍ତି ଭାବ ବଢାଇ ନିଜ ମୁଖ୍ୟ ପାଠ୍ୟ ବିଷୟକୁ ଅବହେଳା କରିଥିବା ଜାଣି, ଗତ ତିନି ମାସ ହେଲାଣି ଏକ ଛୋଟ ପିଲାଟିଏ ପରି ଇତିହାସ କୁ ଅଭିମାନ କରି ମଜ୍ଜି ଯାଇଛନ୍ତି ନିଜ ମେଡିକାଲ ପାଠ ପଢାରେ। 


କିଛି ଦିନ ପରେ ଛୁଟି ଆରମ୍ଭ ବୋଲି ସେ ବାହାରି ଗଲେ ନିଜ ଗାଁ କୁ। ରାତି ପ୍ରାୟ ସାଢେ ଦୁଇଟା। ଖାଲି ସମୟରେ ମନ ଆନ୍ଦୋଳିତ ହେଲା ସେହି ପୁରୁଣା ବିଷୟରେ। ଷ୍ଟେସନରେ ଟ୍ରେନ ଅପେକ୍ଷା ରେ ସୁଦ୍ଧା ସେ ମଜ୍ଜିଛନ୍ତି ଇତିହାସର ଅଦୃଶ୍ୟ ପୃଷ୍ଠାରେ। 

ମୁହଁରେ କିନ୍ତୁ ଏଥର କୌତୁହଳ ଅପେକ୍ଷା ଗଭୀରତା ଅଧିକ ।


କେଜାଣି କଣ ସବୁ ପ୍ରଶ୍ନ ର ଉତ୍ତର ଖୋଜୁଥିଲେ ସ୍ଵରାଜ??

ଏମିତି ମଧ୍ୟ କଣ ପ୍ରଶ୍ନ ହୋଇପାରେ ଇତିହାସ ଭିତରେ, ଯାହା ତାଙ୍କ ମନକୁ ଏତେ ମାତ୍ରାରେ ଅଶାନ୍ତ କରି ପକାଉଛି ??


ଶେଷରେ ବହି ବନ୍ଦ କରି ଦୀର୍ଘ ନିଶ୍ଵାସ ଛାଡ଼ି ବହିଟିକୁ ଫୋପାଡି ଦେଲେ ଷ୍ଟେସନ ଡ଼ଷ୍ଟବିନ୍ ଭିତରେ। ଟ୍ରେନ ଆସିବାରୁ ସେ ବଢ଼ିଗଲେ ନିଜ ସିଟ ଆଡ଼କୁ। ସମୟ ରେ ଟ୍ରେନ ମଧ୍ୟ ଷ୍ଟେସନ ଛାଡ଼ିଲା। ହାଲକା ଥଣ୍ଡା ପବନ ରେ ତାଙ୍କ ଗରମ୍ ମସ୍ତିଷ୍କ ଶାନ୍ତ ପଡିଲା ଓ ସେ ଶୋଇଗଲେ ଗଭୀର ନିଦରେ; ପ୍ରାୟ ଅଢେଇ ଘଣ୍ଟା। ଉଠିଲା ବେଳକୁ ଅଗଷ୍ଟ ପନ୍ଦର -ସ୍ଵାଧୀନତା ଦିବସ। 

ଉଠିଲା ପରେ ହାଲୁକା ମନେକଲେ ଓ ଝରକା ସେପଟେ ଉଡୁଥିବା ଜାତୀୟ ପତାକା କୁ ଦେଖି ମୁରୁକି ହସିଦେଇ ପୁଣି ହଜିଗଲେ ନିଜ ପ୍ରଶ୍ନର ରାଇଜ ଭିତରେ । ମୁହଁର ହସ ମଧ୍ୟ ହଜିଗଲା ପ୍ରଶ୍ନ ର ଗଭୀରତା ପଛରେ। 


ଭାରତ ଏଇ ଦେଶ ଓ ଏଇଟା ହେଉଛି ତାହାର ଜାତୀୟ ପତାକା । କେତେ ଯେ ରକ୍ତର ନଦୀ ପାର ହୋଇ ସଂଗ୍ରାମୀ ମାନଙ୍କ ଶହୀଦ ଶରୀର ଉପରେ ଚାଲି ଏଇ ପତାକା ନିଜ ଯାତ୍ରା ଆରମ୍ଭ କରି ଶେଷରେ ସ୍ଵାଧୀନ ଭାରତ ରେ ଆସିଗଲା। ସହ ସହ ବର୍ଷର ସଂଘର୍ଷ ର ରଙ୍ଗ ସହ ସ୍ଵର୍ଣ୍ଣିମ ଭବିଷ୍ୟତର ନୂତନ ଆଶା ରେ ମୁକ୍ତ ଭାବେ ଉଡିବା ଆରମ୍ଭ କରିଥିଲା। 


ଏ ପତାକା ଉତ୍ତୋଳନ କରିବାର ପ୍ରଥମ ଉତ୍ସାହ ଓ ଆଜିର ଉତ୍ସାହ ଭିତରେ ସତରେ କେତେ ତଫାତ୍ !!

ସେତେବେଳେ ପରାଧୀନ ଭାରତରେ ରହି ଜନତା କଣ ସତରେ ଏପରି ସ୍ୱାର୍ଥପର ଜୀବନ ର ଆଶା କରିଥିଲା କି ?? 


ଇତିହାସ ପୃଷ୍ଠା ରେ ସ୍ଵରାଜ ପାଇ ନଥିଲେ ପରିବର୍ତିତ ଭାରତର ଏହି ଚୁପ୍ ଚାପ୍ ଅତୀତ। ସତରେ କଣ ସାଧାରଣ ଜନତାଙ୍କ ମନରେ ଏଇ ବଳିଦାନ ର ଗଭୀରତା ଆଜି ନୀରବ ରେ ହଜିଯାଇଛି ?


ଅନର୍ଗଳ ଇଂରାଜୀ କହି ନିଜକୁ ଉନ୍ନତ ବୋଲି ଆତ୍ମଗର୍ବୀ ହୋଇଛନ୍ତି ଆଜିର ଅତ୍ୟଧିକ ଜନତା, ସେନା ବାହିନୀ ସେପଟେ ଅହରହ ଭାବେ ସୀମା ଜଗୁଛନ୍ତି କିନ୍ତୁ କ୍ଵଚିତ କେତେକ ହିଁ ଅଛନ୍ତି ଯିଏ ତାଙ୍କ ବଳିଦାନ ପାଇଁ ନିଜକୁ ଅସହାୟ ମନେ କରୁଛନ୍ତି। ଆଉ ସେଇ ସୀମା ଭିତରେ ଥିବା ମହିଳା ମାନେ ଅଜଣା ବଳାତ୍କାରୀ ମାନଙ୍କଠାରୁ ଯେମିତି ଡରି ଡରି ବଞ୍ଚୁଛନ୍ତି, ଏଇ ଭୟ ଟି ଗୋରା ମାନଙ୍କ ନିର୍ଯାତନା ଠାରୁ କୌଣସି ହିସାବରେ କମ୍ ଭଳି ତ ମନେହୁଏ ନାହିଁ !! ଦେଶ ଭିତରେ କେତେ ଅମାନୁଷିକ ଆଚରଣ ଏଇଟା ତ କୌଣସି ବିଦେଶୀ ଶତୃ ଦ୍ଵାରା ହୋଇନି ଏଇଟା ତ ଆମ ନିଜ ଜନତା ଙ୍କ ମଧ୍ୟରେ ହିଁ ହେଉଛି।

ଆଶାତୀତ ରାମ ରାଜ୍ୟ ର ନୂତନ ରୂପ ଏଇଟା କଦାପି ନୁହେଁ !!


ତାହେଲେ କୁଆଡେ ହଜିଗଲା ପରାଧୀନ ଜନତା ଙ୍କ "ମୁକ୍ତ ଭାରତ ର ସେହି ସ୍ଵପ୍ନ" ?? ମୁକ୍ତ ତ ହୋଇଗଲେ ଶତ୍ରୁ ଙ୍କ ଠାରୁ ଏବଂ ନୀରବ ରେ ନିଜକୁ ମଧ୍ୟ ମୁକ୍ତ କରିନେଲେ ବିତି ଯାଇଥିବା ସଂଘର୍ଷ ଭରା ଅତୀତରୁ । ଭୁଲିଗଲେ ସମସ୍ତ ବୀରତ୍ୱର ବଳିଦାନ କୁ ଓ ଆମନ୍ତ୍ରଣ ଦେଲେ ନିଜ ଭିତରେ ଥିବା ଭିନ୍ନ ଭିନ୍ନ ଆନ୍ଦୋଳନ କୁ । କଣ ଏଇଟା ଥିଲା ଜନତା ଙ୍କ ସ୍ଵପ୍ନ ?


ଇତିହାସ ପୃଷ୍ଠା ରେ ସ୍ଵରାଜ ପାଇ ନଥିଲେ ପରିବର୍ତିତ ଜନତାଙ୍କ ସେହି ଚୁପ୍ ଚାପ୍ ସ୍ଵାର୍ଥଜଡିତ ପୁରୁଣା ଅତୀତ। କେମିତି ସେ ସିଦ୍ଧାନ୍ତ ପାଇବେ ପୁଣି ଏହି ଅଧ୍ୟାୟର ??


ଡାଏରୀ କାଢି ସିଦ୍ଧାନ୍ତ ପରିବର୍ତ୍ତେ ଲେଖିଦେଲେ କେବଳ 

ଗୋଟିଏ ପ୍ରଶ୍ନ -

ଇତିହାସ ମଧ୍ୟରେ କୁଆଡେ ଗଲା ସ୍ଵାଧୀନ ଭାରତୀୟଙ୍କ  ମାନସିକତା ପରିବର୍ତ୍ତନର ସେହି ଅଦୃଶ୍ୟ ଫର୍ଦ୍ଦ ??


Post a Comment

1 Comments

Emoji
(y)
:)
:(
hihi
:-)
:D
=D
:-d
;(
;-(
@-)
:P
:o
:>)
(o)
:p
(p)
:-s
(m)
8-)
:-t
:-b
b-(
:-#
=p~
x-)
(k)

Hindi Ads