ବିଂଶତମ ର ସ୍ୱାଧୀନ ଦେଶ

ବିଂଶତମ ର ସ୍ୱାଧୀନ ଦେଶ - ନିଲେଶ୍ କୁମାର ଭୋଇ

 

ସ୍ବାଧୀନ ହେଇଛି ଆମରି ଦେଶ 

ଏଠି କହିବାରେ କେହି ସ୍ବାଧୀନ ନୁହେଁ 

ଅନ୍ଯାୟ ବିରୋଧେ ଉଠିଲେ ସ୍ବର 

ଲାଠିମାଡ଼ ସିନା ପିଠିଟା ସହେ।

ନିର୍ଯ୍ଯାତନାର କବଳେ ସଢି଼

ନାରୀ ମାଗେ ଆଜି ନ୍ଯାୟ ଭିକ୍ଷା

ଶାସନ ନାଁ ରେ ଶୋଷଣ ଚାଲେ 

ଏହି କି ଆମର ସ୍ବାଧୀନ ଦୀକ୍ଷା ?

ସତକୁ ମିଛର ପର୍ଦ୍ଦା ଢାଙ୍କି 

ଆଖିଠାର ମାରେ ଅନ୍ଯାୟ ସିନା 

ସହାନୁଭୂତିକୁ ଏଡେଇ ଦେଇ 

ଏଠି ମିଳେ ନିନ୍ଦା,କୁତ୍ସା ରଟନା।

ଗାନ୍ଧିଜୀଙ୍କ ରାମରାଜ୍ଯ କେବେ

ପାହାନ୍ତି ନିଦର ସପନ ପରି 

ବିଂଶତ୍ତୋର ଏଇ ଶତାବ୍ଦୀ ଦେହେ

ସ୍ବାଧୀନତା ଅଛି ଶବଦ ଧରି।

ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ 

ଅନ୍ଯାୟ ବିରୋଧେ ଲଢିବା ଆସ  

ଝଲସାଇ ଦେବା ତ୍ରିରଙ୍ଗା ଧ୍ବଜା 

ଐକ୍ଯସୂତ୍ରେ ବାନ୍ଧି ଆମରି ଦେଶ।

Post a Comment

Post a Comment (0)

Previous Post Next Post