ପଥପ୍ରାନ୍ତ ବାଟୋଇ

ପଥପ୍ରାନ୍ତ ବାଟୋଇ - ସଂଗ୍ରାମ ମହାରଣା
 
ଦିନେ ବାଲି ଘର କୁ ନେଇ ସ୍ୱପ୍ନ ଦେଖୁଥିବା ସୁମି କେତେବେଳେ ଯେ ଭଂଗା କୁଡ଼ିଆ ର ସେଇ ଆବଦ୍ଧ ଚାରି କାନ୍ଥ ଭିତରେ ହଜିଗଲା ଭାବିଲେ ଯେତିକି ଦୁଃଖ ଲାଗେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ବାପ ମା ଛେଉଣ୍ଡ ପିଲା ହେଉଛି ସୁମି,ପିଲାଟି ଦିନ ରୁ ସେ କେବେ ସେ କେବେ ବି ଖୋଜିନି ଯେ ତାକୁ ଅନ୍ତଃ ଫାଡି ଜନ୍ମ ଦେଇଥିବା ମା କିଏ କି ବାପା କିଏ? ଗାଁ ଲୋକ ମାନେ କୁହନ୍ତି କୁଆଡେ ବଡ ବନ୍ୟା ର ପାଣି ରେ ଭାସି ଆସି ଲାଗିଥିଲା ଗୋଟେ ବଡ ଡଂଗା , ଯାହା ମଧ୍ୟ ରେ କେବଳ ଛୋଟ ଝିଅଟି ଛଡା ଆଉ କାହା ଶରୀରରେ ପ୍ରାଣ ନ ଥିଲା। କିନ୍ତୁ ଆନ୍ଧାର କିଟ୍ କିଟ୍ ବର୍ଷା ବିଜୁଳି ରାତି ରେ ଶିବୁ ମଉସା ଯେ ସେ ଝିଅଟି ର କାନ୍ଦ ଶୁଣି ଥିଲା ଏ କଥା ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ। ପାଣି ର ସୁଅ କୁ ଖାତିର ନ କରି ପାଣି କୁ ଡେଇଁ ପହଁରି ପହଞ୍ଚିଥିଲା ଡଂଗା ପାଖରେ। ହେଲେ ସେଠାକାର ପରିସ୍ଥିତି ଦେଖି ଲୋମ ଟାଂକୁରି ଉଠିଥିଲା ଶିବୁ ମଉସା ର। ଡଂଗା ଟି ଓଲଟି ଯାଇଥିଲା। ବହୁତ ଗୁଡେ କପଡା ର ପୁଟୁଳି ସବୁ ଭାସୁଥିଲା ଆଉ ଡଂଗାର ମଂଗ ଉପରୁ ଗୋଟେ ଛୋଟ ଛୁଆ ର କାନ୍ଦ ଶୁଣି ତାକୁ ଆଣି ପାଖରେ ରଖିଥିଲେ ସେ। ସେଦିନ ସୋମବାର ହେଇ ଥିବାରୁ ତା ନାଁ ଦେଇଥିଲେ ସୁମି । 
ସେବେ ଠୁ ଶିବୁ ମଉସା ଥିଲେ ସୁମି ର ସବୁ କିଛି। ଗାଁ ଦାଣ୍ଡରେ ଖେଳି ବୁଲି ବଡ ହେଇଥିଲା ସେ। ଧିରେ ଧିରେ ଗାଁ ର ସମସ୍ତଙ୍କ ମନ କୁ କିଣି ନେଇଥଲା ସେ। ଗାଁ ମଝିରେ ଶିବୁ ମଉସା ର ଘର। ଘର ନୁହଁ ତ ସେଇଟା ହିଁ ଥିଲା ସୁମି ର ଭବିଷ୍ୟତ ଆଉ ବର୍ତ୍ତମାନ। 
ଏକ ଅଜଣା ରୋଗ ର ଶିକାର ରେ ଶିବୁ ମଉସା ଯେ ଦୁନିଆ ଛାଡିଗଲେ, ଅକସ୍ମାତ ଏ କଥା ରେ କେହି ବି ବିଶ୍ୱାସ କରି ପାରିଲେନି। ଏକୁଟିଆ ସୁମି ଯେ ନିଜ ର ସମସ୍ତ ଦାୟିତ୍ୱ ନେଇ ନିଜକୁ ସମାଜ ସହ ଖାପ ଖୁଆଇ ଚଳେଇ ପାରିବ, ଏ କଥା କେହି କେବେ ସ୍ୱପ୍ନ ରେ ବି ଭାବି ନ ଥିଲେ। କିନ୍ତୁ ସେଦିନ ଯେ ସନ୍ଧ୍ୟା ବେଳେ ଦିପଂକର ସୁମି କୁ ଏକ ନୁଆ ଦିଗଦର୍ଶନ ଦେଇଥିଲେ ଏ କଥା କେବଳ ସେ ଦୁହିଁଙ୍କୁ ଜଣା। ପିଲା ଦିନୁ ଆଜି ପର୍ଯ୍ୟନ୍ତ ଦିପଂକର ଯେ ଜଣେ ଭଲ ବନ୍ଧୁ ବୋଲି ଏ କଥା କାହାକୁ ଅଛପା ନଥିଲା, ସମସ୍ତେ ଜାଣିଥିଲେ ସେ ଦୁହିଁକୁ କୋଉ ଗୋଟେ ଉଚ୍ଚ ପରିଧାନ ର ରୂପ ମିଳିବ ବୋଲି । ସ୍କୁଲ୍ ରେ ପଢିଲା ବେଳ ଠୁ ଦିପଂକର ଆଉ ସୁମି ର ବନ୍ଧୁତା । କେଜାଣି କାହିଁକି ଶିବୁ କାକା ଗଲା ପରେ ସୁମି ପାଇଁ ଦିପଂକର ଗୋଟେ ଦୁର୍ବଳତା ପାଲଟି ଯାଇଥିଲେ। ଆଉ ହଠାତ୍ ସୁମି ର ପାଠ ପଢା ବନ୍ଦ ହବାକୁ ନେଇ ଦିପଂକର ଯେମତି ବିଚଳିତ ହେଇ ପଡିଥିଲେ। ଦିପଂକର ସୁମି ଠାରୁ କିଛି ବର୍ଷ ବଡ ହେଲେ ମଧ୍ଯ ବନ୍ଧୁତ୍ୱ ର ପଞ୍ଜୁରୀରେ କିଛି ଫରକ ପଡି ନଥିଲା। ଭଲ ମେଧାବୀ ଛାତ୍ର ପାଇଁ ସେ ଯେ ଗାଁ ର ସବୁଠୁ ବଡ ପ୍ରଶଂସନୀୟ ବ୍ୟକ୍ତି, ଏ କଥା ଗାଁ ର ସମସ୍ତେ ଜାଣନ୍ତି। ନିଜ ର କେହି ପରିବାର ନ ଥିବା ଯୋଗୁଁ ଗାଁ ସ୍କୁଲ ହିଁ ତାଂକ ଘର ଥିଲା। ଆଉ ଗାଁ ର ସମସ୍ତ ପିଲାଂକୁ ସେ ହିଁ ନିଜ ଅଧ୍ୟୟନ ର କିଛି ଫର୍ଦ୍ଦ ବାଣ୍ଟୁ ଥିଲେ। ସେ ସମସ୍ତଂକ ଭିତରେ ଥିଲା ସୁମି। ସେ ଦିନ ସଂଧ୍ଯା ରେ କିଛି ଗୋଟେ ଜରୁରୀ କାମ ରେ ଯାଇ ଫେରିବା ବେଳେ ରାସ୍ତା ରେ ଭେଟ ହେଇଥିଲା ସୁମି ସହ। ଅବଶ୍ୟ କିଛି ନୁଆ କଥା ନୁହେଁ। କାହିଁକି ନା ଏହି ଭିତରେ ଶିବୁ କାକା ର ସେ ଛୋଟିଆ ଦୋକାନ ଯେ ମନହୋରପୁର ଗାଁ ର ସବୁଠାରୁ ଭଲ ଜଳଖିଆ ଦୋକାନ ପାଲଟି ଯାଇଥିଲା। ସୁମି ବି ନିଜ ବ୍ୟକ୍ତିଗତ ଜୀବନ ର ପରି ଛନ୍ଦ ରୁ ବାହାରି ବଂଚିବା ପାଇଁ ବାଟ ବାଛି ନେଇଥିଲା। ଏମିତି କଥାବାର୍ତ୍ତା ହଉ ହଉ ସୁମି କୁ ଆଉ ଥରେ ପାଠ ପଢିବା ପାଇଁ କହିଥିଲେ ଦିପଂକର। ହେଲେ ସୁମି ର ବାସ୍ତବ ଜୀବନ ଆଉ ପାଠ ପଢା ଭିତରେ ଅନେକ ତଫାତ୍ ର ମତ ଭେଦ ଅଛି ବୋଲି ସେ କହିବାକୁ ଚାହିଁ ମଧ୍ୟ କହି ପାରିଲାନି। ହେଲେ ମନେ ମନେ ଭଲ ପାଇ ବସିଥିବା ଦିପଂକର କିନ୍ତୁ ଅନେକ ଯୁକ୍ତିଯୁକ୍ତ ବାଢି ବସିଥିଲେ। ଆଉ କହୁ କହୁ କହିଦେଇଥିଲେ ଅନେକ କଥା। ଯାହା କି ସୁମି ମନ ରେ ଦ୍ୱନ୍ଦ ତିଆରି କରି ବସିଥିଲା। ସେଦିନ ବିଳମ୍ବ ହେବା କାରଣ ରୁ ସେ ଫେରି ଆସିଥିଲେ ନିଜ ସ୍କୁଲ କୁ । ଅନିଛା ସତ୍ୱେ ସୁମି ପାଖରୁ ବିଦାୟ ନେଇ ସାରିଥିଲେ। କିନ୍ତୁ ମନ ଭିତରେ କିଛି ଗୋଟେ ବାରମ୍ବାର ଆନ୍ଦୋଳିତ କରୁଥିଲା ତାହା ଥିଲା ସୁମି ର ଭବିଷ୍ଯତ କୁ ନେଇ। ଏପଟେ ସୁମି ମଧ୍ୟ କିଛି କହିବାକୁ ଚାହିଁ କହି ନ ପାରି ରାତି ସାରା ଵିଛଣା ଉପରେ ଛଟପଟ ହେଉଥିଲା ଆଉ ଶିବୁ କାକା ର ଫଟୋ ପାଖରେ ଦୀପ ଟିଏ ଲଗେଇ ତେଜୁ ଥିଲା। ସକାଳ ପାହିଲା ପରେ ମନହୋରପୁର ଗାଁ ର ଆସ୍ତେ ଆସ୍ତେ ଚଳପ୍ରଚଳ ପୂର୍ବରୁ ସୁମି ଦୋକାନ ଖୋଲି ନିଜ ର କାର୍ୟ୍ଯ ଆରମ୍ଭ କରିସାରିଥିଲା। ସେଦିନ କିନ୍ତୁ ଗାଁ ପାଖ କଲେଜ ରେ କଣ ଗୋଟେ function ବୋଲି ସୁମି ର ଦୋକାନ ରୁ ଜଳଖିଆ ବରାଦ ହେଇଥିଲା। ଯାହା କି ଦିପଂକର ନିଜେ ବରାଦ କରିଥିଲେ। ଏଥିରେ ଦିପଂକର କଣ ଯେ ସ୍ୱାର୍ଥ ଥିଲା ସେ କଥା କେବଳ ତାଂକୁ ହିଁ ଜଣା। ପାଠ ପଢା ରେ ଆଗ୍ରହୀ ସୁମି ପାଇଁ ସନ୍ତକ ର ଯୋଜନା ନା ମନୋଭାବ ର ପରିବର୍ତ୍ତନ ରେ ନିଜ ହ୍ରୁଦୟ ରେ ଛୋଟ ବସା ଘର ର ଯୋଜନା। 
କଲେଜ ର ମୁଖ୍ଯ ଅତିଥି ଭାବେ କେହି ଜଣେ ଶିକ୍ଷା ବିଭାଗ ର ବଡ ବାବୁ ଆସିଥିଲେ। ଖାଇଲା ବେଳେ ଖୁବ୍ ପ୍ରଶଂସା କରିଥିଲେ ଜଳଖିଆ ର। ଆଉ ସବୁ କିଛି ସୁଣି ଥିଲେ ସୁମି ବିଷୟ ରେ। ସଭା ସରିଲା ପରେ ସେ ସୁମି ସହ ପରିଚିତ ହେବାକୁ ଚାହିଁଲେ ଆଉ ତାକୁ ଧନ୍ୟବାଦ ର ପ୍ରଶଂସା କରି ନିଜ ର ଭବିଷ୍ଯତ ଉଜ୍ଜ୍ବଳ କାମନା ର ଆଶୀର୍ବାଦ କରି କଣ ଗୋଟେ ପ୍ରବେଶିକା ପରିକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଲେ। କିଛି ଅର୍ଥ ଦେବାକୁ ମନୋନୀତ କରିଥିବା ଅତିଥି ଜଣଂକ ଯେତେବେଳେ ତା ହାତ କୁ ୫୦୦ ଟଂକିଆ ନୋଟ୍ ବଢେଇ ଦେଲେ ରୋକ ଠାକ୍ ମନା କରିଦେଲା ସୁମି, ପ୍ରତିଉତ୍ତର ରେ ସେହି ଟଂକା ରେ ପ୍ରବେଶିକା ପରିକ୍ଷା ପାଇଁ ବହି ଖଣ୍ଡେ ଦେବାକୁ କହିଥିଲା। ଶେଷ ରେ ଦୀପଂକର ର ସହାୟତା ରେ ସେ ବହି କୁ ପଠାଇଥିଲେ ସେ ଆଉ ନିଜେ ଦୀପଂକର ହିଁ ସୁମି କୁ ପରିକ୍ଷା ପାଇଁ ପ୍ରସ୍ତୁତ କରିଥିଲେ। ପରୀକ୍ଷା ସରିବା ର କଛି ଦିନ ପରେ ଦିନେ ସକାଳୁ ସକାଳୁ ଡାକ ବାଲା ଆସି ଚିଠି ଖଣ୍ଡେ ଦେଇଗଲା ସୁମି କୁ। ଚିଠି ଖୋଲି ପଢିବା ମାତ୍ରେ ଦଉଡି ଯାଇଥିଲା ସ୍କୁଲ ଘର କୁ ଦୀପଂକର ପାଖକୁ ଆଉ ଚିଠି ଟି ଦେଖେଇ କହିଥିଲା, "ପରିଚୟହୀନ ଭସା ବାଦଲ ଟା ଯେ କେତେବେଳେ ପାହାଡ ର ଶିଖର ରେ ପିଟି ହେଇ ବର୍ଷି ଗଲା ଜାଣିପାରିଲିନି" । ହାତରୁ ଚିଠି ନେଇ ପଢିଲା ପରେ ଜାଣିଲେ ପ୍ରବେଶିକା ପରୀକ୍ଷା ରେ ସାରା ରାଜ୍ଯ ରେ ପ୍ରଥମ ସ୍ଥାନ ଅଧିକାର କରିଛି ସେ ଆଉ ଭବିଷ୍ୟତ ର ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ର ଭାର ରାଜ୍ଯ ଶିକ୍ଷା ବିଭାଗ ର ଦାଇତ୍ୱ। ସେତେବେଳକୁ ସୁମି ଯେ ଦୁଇ ହାତ ରେ ଜାବୁଡ଼ି ଧରି ସାରିଥିଲା ଦୀପଂକର କୁ ଆଉ ସମସ୍ତ ଶ୍ରେୟ ଦେଇ ନୀରବ ଲୁହ ଗୁଡା ଯେ ଓଜାଡି ଦଉ ଥିଲା। ଦୀପଂକର ମଧ୍ଯ ନିଜ ର ସବୁ ପ୍ରଶ୍ନ ର ଉତ୍ତର ଏକା ଥରେ ପାଇ ଆତ୍ମହରା ହେଇ ପଡିଥିଲେ ଆଉ ସୁମି ର ଆଖିରୁ ଲୁହ ପୋଛି ଦେଇ ସମର୍ପି ନେଇଥିଲେ । ଆଉ ସୁମି ମଧ୍ଯ କୋମଳ ଶିଶୁ ପରି ମୁଣ୍ଡ ଗୁଞ୍ଜି ଦେଇଥିଲା।


Post a Comment

0 Comments

Hindi Ads