ଅମୃତ ଅତୀତ - ରଞ୍ଜନ କୁମାର ମହାନ୍ତି
ଅସ୍ତ ଅପରାହ୍ନେ
ବିଷଣ୍ଣ ବଦନେ
କାନ୍ଦୁଅଛି କୋଣାରକ...
ଚନ୍ଦ୍ରଭାଗା ଚିନ୍ତେ
ଅମୃତ ଅତୀତେ
ବେଦନା ବିଦୀର୍ଣ୍ଣ ବୁକେ...
କଳିଙ୍ଗର କୀର୍ତ୍ତି
ମୁକ ମୃତ ମୂର୍ତ୍ତି
ମଧ୍ୟେ ମଙ୍ଗଳ ମନାସେ...
ବାରବାଟୀ ବକ୍ଷେ
ଦିନୁ ଦିନ ଦେଖେ
ଶତ ଶତାବ୍ଦୀର ଶୋଷେ...
ଚିନ୍ମୟୀ ଚିଲିକା
ଲହୁ ଲୁହେ ଲେଖା
ପରିଚୟ ପଚାରୁଛି...
ଖର୍ବ ଖଣ୍ଡଗିରି
ଧଉଳିକୁ ଧରି
କାନ୍ଦି କାନ୍ଦି କହୁଅଛି...
ଉତ୍କର୍ଷେ ଉତ୍କଳ
କଳ୍ପନା କେବଳ
ବାସ୍ତବତା ବ୍ୟଙ୍ଗ ବାଣୀ...
କାରୁବାକୀ କାନ୍ଦେ
ନିୟତିକୁ ନିନ୍ଦେ
ଜୁଇରୁ ଜୀବନ ଜିଣି...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ଵର
ବହୁତ ସୁନ୍ଦର ପ୍ରୟାସ
ReplyDeleteMerkur & Ferencia: Merkur & Ferencia Merkur
ReplyDeleteMerkur & Ferencia merkur - Merkur & Ferencia Merkur in Solingen, Germany casinosites.one - Merkur sol.edu.kg - Merkur Merkur - https://febcasino.com/review/merit-casino/ MERKUR 나비효과 - Merkur & Ferencia Merkur 1xbet korean
Post a Comment