ସାଦର ପ୍ରଣତି

ସାଦର ପ୍ରଣତି - ଅଶ୍ବିନି କୁମାର ବାଗ


ଦିନେ ପରାଧୀନତାର ଶୃଙ୍ଖଳରେ,
ପଡୋଶୀ ରାଜ୍ୟର ଛନ୍ଦରେ
ଛନ୍ଦି ହୋଇଥିଲା ଏ ଉତ୍କଳ ମାଟି ।।
ତୁମେ ହିଁ ତ ପ୍ରତି ହୃଦୟରେ
ଭରିଦେଇ ଥିଲ ବିପ୍ଳବର ଗାଥା,
ତୁମ ଲେଖନୀରୁ ଝରୁଥିଲା 
କ୍ରାନ୍ତିର ଗୀତି ।।
ହେ ଉତ୍କଳର ବରପୁତ୍ର
ହେ ସାରସ୍ୱତ ସ୍ରଷ୍ଟା ।
ଉତ୍କଳ ଦିବସ ଅବସରରେ ଘେନ
ସାଦର ପ୍ରଣତି।।

ତୁମେ ହିଁ ତ ଲେଖନୀ ମୁନରେ ଝରାଇଦେଲ
ଉତ୍କଳର ବିରତ୍ୱ ଗୌରବର ଗାଥା ।
ସୁପ୍ତ ଓଡ଼ିଆ ପ୍ରାଣରେ ହରିଦେଲ
କ୍ରାନ୍ତିର ଜାଗରଣ ।।
ତୁମେ ହିଁ ତ ପକାଇଲା
ସ୍ୱତନ୍ତ୍ର ରାଜ୍ୟ ଗଠନର ମୂଳଦୁଆ 
ତୁମେ ଚିର ପୂଜ୍ୟ ହେ 
ଉତ୍କଳ ଗୌରବ ମଧୁସୂଦନ ।।
ତୁମେ ହିଁ ଦେଲ ଆହ୍ୱାନ
ଜାତି ନନ୍ଦିଘୋଷ ଚଳାଇବା ପାଇଁ
ଦେବାକୁ ହେବ ସ୍ୱାର୍ଥର ଆହୁତି ।
ଉତ୍କଳ ଦିବସ ଅବସରରେ ଘେନ
ସାଦର ପ୍ରଣତି ।।

ରୀତି ଯୁଗୀୟ କାବ୍ୟ ସାହିତ୍ୟ
ଅଳଙ୍କରର ଦୁର୍ବହ 
ଭାବରେ ହେଲା ଭାରାକ୍ରାନ୍ତ ,
ସହିତ୍ୟରୁ ଦୁରେଇ ଗଲା
ସାଧାରଣ ଜନ ଜୀବନ ।।
ହେ ଯୁଗସ୍ରଷ୍ଟା ହେ ଯୁଗପ୍ରବର୍ତ୍ତକ
ରାଧାନାଥ ,
ତୁମେ ହିଁ ଆରମ୍ଭିଲ ଆଧୁନିକ
ସାହିତ୍ୟର ଲିଖନ ।।
ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟର ମିଶ୍ରଣରେ,
ତୁମଠୁ ଆରମ୍ଭ ହେଲା
 ନୂତନ ସାହିତ୍ୟର ଗତି ।।
ଉତ୍କଳ ଦିବସ ଅବସରରେ ଘେନ
ସାଦର ପ୍ରଣତି ।।

ତୁମ ଲେଖନୀରୁ ଚିତ୍ରିତ ହେଉଥିଲା
ପ୍ରକୃତିର ନୈସର୍ଗିକ ସୁଷମା ।
ହେ ପ୍ରକୃତି କବି
ଦୁଃଖ ଶୋକ ଥିଲା ତୁମ
ଚିର ସହଚର ।।
ହେଲେ ତୁମ ସ୍ୱାଭିମାନକୁ ପାରିନାହିଁ ଭାଙ୍ଗି
ଶୋକର ଛାୟା ଦାରିଦ୍ରତାର ପ୍ରହାର ।।
ସାହିତ୍ୟ ସମାଜର ଦର୍ପଣ ସଦୃଶ 
ତୁମ ସାହିତ୍ୟରେ ପ୍ରତିଫଳିତ ହେଉଥିଲା 
ସଂସ୍କୃତି ପରମ୍ପରା ରାତିନୀତି ।।
ଉତ୍କଳ ଦିବସ ଅବସରେ ଘେନ
ସାଦର ପ୍ରଣତି ।।

ଲିଭେଇ ଦେବା ପାଇଁ
କୁସଂସ୍କାର ଅଜ୍ଞାନତାର କାଳିମା,
ତୁମ ପ୍ରତି ରଚନାରେ ପ୍ରତିଫଳିତ ହୁଏ
ସମାଜ ସଂସ୍କାରର ବାର୍ତ୍ତା ।।
ସଭ୍ୟ ଜମିଦାର ଧୂଳିଆବାବା ରେବତୀ
ଅବା ହେଉ ରାଣ୍ଡି ପୁଅ ଅନନ୍ତା ।।
ସ୍ବତନ୍ତ୍ରର ଓଡ଼ିଆ ଗଠନର ସୂତ୍ରଧାର
ହେ ଫକୀର ମୋହନ,
ତୁମ ବ୍ୟତିରେକ ଚିରପୂଜ୍ୟ
ପଣ୍ଡିତ ନୀଳକଣ୍ଠ ,ରାଜା କୃଷ୍ଣଚନ୍ଦ୍ର ଗଜପତି ।।
ଉତ୍କଳ ଦିବସ ଅବସରେ ଘେନ
ସାଦର ପ୍ରଣତି ।।


ଅଶ୍ବିନି କୁମାର ବାଗ
ସହକାରୀ ଶିକ୍ଷକ
ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚକଳାପଦର
ଝରିଗାଁ ନବରଙ୍ଗପୁର

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now