ରାଧାକ୍ରିଷ୍ଣନ(ପ୍ରିୟ ଗୁରୁଜୀ)

୧୮୮୮ ସେପ୍ଟେମ୍ବର ୫ ରେ
ଜନ୍ମିଥିଲ ତାମିଲ ବ୍ରାହ୍ମଣ ପରିବାରେ
ବିଶ୍ୱକୁ ଗୁରୁ ସମ୍ମାନ ର ଦୃଷ୍ଟାନ୍ତ ଦେଇ
ଛାଡ଼ିଗଲ ଛାପ ଜନମାନସ ରେ ।

ମିସିନାରୀ ସ୍କୁଲ ରେ ବାଲ୍ୟଶିକ୍ଷା
ଖ୍ରୀଷ୍ଟିଆନ କଲେଜ ରେ ଉଚ୍ଚଶିକ୍ଷା କଲ ସମାପନ
ଦର୍ଶନ ଶାସ୍ତ୍ରରେ ବି ଏ, ଏମ ଏ କରି
ବିଶ୍ବବିଦ୍ୟାଳୟ ରେ ଲଭିଲ ପ୍ରଥମ ସ୍ଥାନ ।

ତବ ଅଧ୍ୟାପନା କ୍ଷେତ୍ର ଥିଲା
ପ୍ରେସିଡେନ୍ସି କଲେଜ,ମହୀଶୂର ଓ କଲିକତା ବିଶ୍ବବିଦ୍ୟାଳୟ
ତବ ପ୍ରଚେଷ୍ଟାରେ ବିଶ୍ଵସ୍ତରେ
ଦର୍ଶନ ଶାସ୍ତ୍ର ପାଇଲା ନବ ପରିଚୟ ।

୧୯୪୯ ଋଷିଆରେ ରାଷ୍ଟ୍ରଦୂତ
ରୂପେ ନେଲ କାର୍ଯ୍ୟଭାର
୩ ବର୍ଷ ପରେ ସୁଯୋଗ ମିଳିଲା
ଭାରତର ଉପରାଷ୍ଟ୍ରପତି ହେବାର ।

୧୯୬୨ରେ ଭାରତରପ୍ରଥମ ନାଗରିକ ହୋଇଲ
ଗୁରୁଙ୍କ ସମ୍ମାନାର୍ଥେ ଅନେକ ପ୍ରଚେଷ୍ଟା କରିଲ
ଗୁରୁଙ୍କ ସମ୍ମାନ ତବ ପ୍ରଚେଷ୍ଟା ନିମିତ୍ତ
ତବ ଜନ୍ମଦିବସେ ହୁଏ ଗୁରୁଦିବସ ପାଳିତ ।

୧୯୭୫ ଏପ୍ରିଲ ୧୭ ତାରିଖରେ
ଛାଡି ଚାଲିଗଲ ସଭିଙ୍କୁ ଆରପାରେ
ସାରା ଭାରତ ଝୁରୁଛି ଆଜି
ଫେରିଆସ ରାଧାକ୍ରିଷ୍ଣନ ଆମ ପ୍ରିୟ ଗୁରୁଜୀ ।

2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now