ମୁଁ ସେହି ଭାରତମାତା ର ସନ୍ତାନ

ଈଶ୍ବର ଋଷି ମୁନିଙ୍କ ବରଦାନ
ଯହିଁ ଜନ୍ମିଥିଲେ ରାମ କୃଷ୍ଣ ଆଉ ଅର୍ଜୁନ
ମୁଁ ସେହି ଭାରତମାତା ର ସନ୍ତାନ।
ବୁଦ୍ଧ ମହାବୀର ଦେଖାଇଲେ ଯହିଁ ଧର୍ମର ନୂଆ ମାନ
କଳିଙ୍ଗ ଯୁଦ୍ଧରେ ଭାଙ୍ଗିଥିଲା ଯହିଁ ଅଶୋକଙ୍କ ଅଭିମାନ
ମୁଁ ସେହି ଭାରତମାତା ର ସନ୍ତାନ।
ମୁସଲମାନ ଶାସନ କାଳେ ହୋଇଛି ଯେ କେତେ ହୀନିମାନ
ଦେଖିଛି ପୁଣି ବୀରତ୍ୱ ଶିବାଜୀ ରାନାପ୍ରତାପ ପୃଥ୍ୱୀରାଜ ଚୌହାନ
ମୁଁ ସେହି ଭାରତମାତା ର ସନ୍ତାନ।
ଇଂରେଜ ଶାସନେ ସହୁଥିଲେ ଲୋକେ ଦୁଃଖ କଷଣ
ଜୟୀ ରାଜଗୁରୁ ଭଗତ ବାଜିଆ ଦେଇଛନ୍ତି ନିଜ ଜୀବନ
ମୁଁ ସେହି ଭାରତମାତା ର ସନ୍ତାନ।
ନେତାଜୀ ସୁଭାଷ ଦେଖିଥିଲେ ଯାର ସ୍ୱାଧୀନତା ର ସ୍ବପ୍ନ
ସ୍ୱାଧୀନତା ପରେ ଭୀମରାଓ ଯାର ଗଢ଼ିଥିଲେ ସମ୍ବିଧାନ
ମୁଁ ସେହି ଭାରତମାତା ର ସନ୍ତାନ।
ଗଣିତ କ୍ଷେତ୍ରରେ ସାରା ବିଶ୍ୱକୁ ଦେଇଥିଲା ଯିଏ ଶୂନ୍ୟ
ଯାର ସଫଳତାର ପରିଚୟ ଦିଏ ଚନ୍ଦ୍ରଯାନ ମଙ୍ଗଳଯାନ
ମୁଁ ସେହି ଭାରତମାତା ର ସନ୍ତାନ।
ଯହିଁ ନାନା ଭାଷା ଧର୍ମ ଜାତି ଭିତ୍ତିରେ ହୁଏ ବିଭାଜନ
ତଥାପି ଲୋକଙ୍କ ଭିତରେ ବଜାୟ ରହିଛି ଶାନ୍ତି ଓ ସହାବସ୍ଥାନ
ମୁଁ ସେହି ଭାରତମାତା ର ସନ୍ତାନ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now