" ମୋ ଗାଁ ଆଜି ବଦଳିଛି "

ଆଜି ବୁଲାର ମନ ସକାଳୁ ଭାରି ଖୁସି, ଯାହାହେଉ ଗାଁ ପିଲାମାନେ ମିଳିମିଶି ଲକ୍ଷ୍ମୀ ପୂଜା ଆୟୋଜନ କରୁଛନ୍ତି । ପ୍ରତି ଘରୁ ଚାନ୍ଦା ଆଦାୟ କରାଯାଇଛି । ସେ ବି ୫୦୦୦ ଟଙ୍କା ଚାନ୍ଦା ଦେଇଛି। ଗାଁ ପିଲାଏ ରାତିରେ ମେଲୋଡି ବି କରୁଛନ୍ତି।

ସେ ବି ଯେତେବେଳେ ଯୁବକ ଥିଲା ଗାଁ ରେ ସାଙ୍ଗସାଥୀଙ୍କୁ ନେଇ ସତ୍ୟନାରାୟଣ ପୂଜା ତଥା ବାଦୀପାଲା ଆୟୋଜନ କରୁଥିଲା। ପାଖ ୯-୧୦ ଖଣ୍ଡ ଗାଁ ର ଲୋକ ପାଲା ଦେଖିବାକୁ ଆସୁଥିଲେ । ଏଇ କିଛି ବର୍ଷ ହେବ ଲୋକ ପାଲା ପାଇଁ ସହଯୋଗ ତ ଦୂରର କଥା ଆଗ୍ରହ ନେଇ ଦେଖିବାକୁ ମଧ୍ୟ ଗଲେନାହିଁ । ତେଣୁ ଗାଁ ରେ ହେଉଥିବା ପାଲା ବନ୍ଦ ହୋଇଗଲା।

ଯାହାହେଉ ଗାଁ ରେ କିଛି ବର୍ଷ ପରେ ଗୋଟେ କିଛି ହେଲା। ସନ୍ଧ୍ୟାରେ ସେ ବି ମେଲୋଡି ଦେଖିବାକୁ ଗଲା । ସେଠାରେ ଉପସ୍ଥିତ ଲୋକଭିଡ ଦେଖି ସେ ନିଜ ଆଖି କୁ ବିଶ୍ବାସ କରିପାରିଲାନି । ମେଲୋଡି ଆରମ୍ଭ ହେବା ପରେ ସେ ଉନ୍ମତ୍ତ ଉଦ୍ଧତ ନୃତ୍ୟ ଦେଖି ସେ ଯେତେବେଳେ ନିଜକୁ ପ୍ରଶ୍ନ କଲା , ସେତେବେଳେ ତା ଅନ୍ତଃସ୍ବର ରୁ ଉତ୍ତର ଆସିଲା "ଆରେ ଗାଁ ପରା ବଦଳିଛି"।

Post a Comment

Post a Comment (0)

Previous Post Next Post
Free Shubhdristi App Download Now