ରସଗୋଲା ଦିବସ


ଲକ୍ଷ୍ମୀ ସାନ୍ତାଣୀଙ୍କୁ ନ କହି ନଅ ଦିନ
ପ୍ରଭୁ ଚାଲିଗଲେ ରଖିବାକୁ ମାଉସୀର ମନ
ଏହା ଜାଣି ଲକ୍ଷ୍ମୀ ମା କଲେ ଅଭିମାନ
ପ୍ରଭୁ ତୋଷ କଲେ ଦେଇ କ୍ଷୀର ମୋହନ ।

କାଳକ୍ରମେ ଏହା ରସଗୋଲା ବୋଲାଇଲା
ସାରା ଓଡ଼ିଶାରେ ମିଠା ସ୍ବାଦ ଭରିଦେଲା
ଓଡ଼ିଶାର ରୋଷେୟା ଯେ ବଙ୍ଗଳାକୁ ଯାଇ
ରସଗୋଲା ସ୍ବାଦ ତାଙ୍କୁ ଦେଲେ ଯେ ଚଖାଇ ।

ରସଗୋଲାର ରହିଛି ଅନେକ ଇତିହାସ
ପରିଚୟ ଦେଲେ ଦାଣ୍ଡି ରାମାୟଣେ ବଳରାମ ଦାସ
ରସଗୋଲା ଓଡ଼ିଶାର ଘରେ ଘରେ ପରିଚିତ
ଏଥିଲାଗି ପାହାଳ ଓ ସାଲେପୁର ସର୍ବଜନବିଦିତ ।

୨୦୧୫ ରୁ social media ରେ ହେଲା ଅଭିଯାନ
ଆମ ସଂସ୍କୃତିକୁ ମନେରଖିବାକୁ କରିବା ପ୍ରଯତ୍ନ
ମନେରଖିବାକୁ ରସଗୋଲାର ଇତିହାସ
ନୀଳାଦ୍ରି ବିଜେ ରେ ପାଳୁ "ରସଗୋଲା ଦିବସ" ।

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now