ଉତ୍କଳ ଦିବସ

ଉତ୍କଳ ଦିବସ - ବିଭୂତି ଭୂଷଣ ସାମଲ

ପୂର୍ବରେ ବଙ୍ଗଳା  ଉତ୍ତରେ ବିହାର 
        ପଶ୍ଚିମେ ମଧ୍ୟ ପ୍ରଦେଶ 
ଦକ୍ଷିଣେ ମାଡ୍ରାସ  ମାଡି ବସିଥିଲେ 
        ଓଡିଶା କୁ କରି ଗ୍ରାସ  ।। 
ସମ୍ବଲପୁର କୁ   ନିଜ ଅଧୀନ କୁ 
     ନେଲାଯେ ମଧ୍ୟ ପ୍ରଦେଶ 
ବଙ୍ଗଳା କବଳେ ବାଲେଶ୍ୱର ରହେ 
     ଓଡ଼ିଆ  ପ୍ରଭାବ  ହ୍ରାସ ।। 
ସଂକୁଚିତ ସୀମା  ନାହିଁ ପରିସୀମା 
     ଆମେ ଅସହାୟ ନିସ୍ଵ 
ବର ପୁତ୍ର ଗଣ  ଜ୍ଞାନୀଗୁଣୀ ଜନ 
    ଜାଗିଲେ ମହା ପୁରୁଷ  ।। 
ରାଧାନାଥ ରାୟ   ଫକୀର ମୋହନ 
      ସାଜିଥିଲେ ସେନାପତି 
ମଧୁସୂଦନ ଙ୍କ  ସାଥେ ଗଙ୍ଗାଧର 
       କୃଷ୍ଣ ଚନ୍ଦ୍ର ଗଜପତି  ।। 
ନୀଳକଣ୍ଠ ଦାଶ   ଗୋପବନ୍ଧୁ ଦାଶ 
      ଦୂର କରିଲେ ନିରାଶ 
ଖଣ୍ଡ ଓ ବିକ୍ଷିପ୍ତ    ଅଞ୍ଚଳ କୁ ଯୋଡି 
     ଗଢିଲେ ନୂଆ ପ୍ରଦେଶ ।। 
ଅପ୍ରେଲ ପହିଲା  ମସିହା ଟି ଥିଲା 
      ଉଣେଇଶହ  ଛତିଶ
ଦେଶରେ ପ୍ରଥମ  ଭାଷାର ଭିତ୍ତିରେ 
     ଭୌଗଳିକ  ଛବି ଦୃଶ୍ୟ  ।। 
ଉତ୍କଳ ଦିବସ   ଓଡିଶା ଦିବସ 
        ଅତି ପବିତ୍ର ଦିବସ 
କର୍ଣ୍ଣଧାର ମାନେ   ଓଡ଼ିଆ ର ପ୍ରାଣେ 
        ପୁଷ୍ପା ଞ୍ଜଳୀ ଦେବା ଆସ ।। 

ବିଭୂତି ଭୂଷଣ ସାମଲ
ମୁଖ୍ୟ ଉପଦେଷ୍ଟା : ପ୍ରୀତି ପ୍ରଣତି
ବାରିପଦା, ମୟୁରଭଞ୍ଜ

Post a Comment

Post a Comment (0)

Previous Post Next Post