ଉତ୍କଳ ଦିବସ

ଉତ୍କଳ ଦିବସ - ଅକ୍ଷୟ କୁମାର ବେହେରା


ସବୁଜିମା ଘେରା ବନ ପାହାଡରେ ଏଇ ମୋ ଉତ୍କଳ ଭୂଇଁ,
କୁଳୁକୁଳୁ ନାଦେ ବୋହି ଯାଏ କେତେ ତା କୋଳେ ଝରଣା ନଇ ।
ଉତ୍କଳ ରାଜ୍ୟର ରାଜ ରାଜେଶ୍ବର ସ୍ବୟଂ ପ୍ରଭୁ ଜଗନ୍ନାଥ,
ପୁରୀ ଧାମେ ରତ୍ନ ସିଂହାସନେ ବସି କରନ୍ତି ପ୍ରଜା ପାଳିତ।।

କୃଷକ ଶ୍ରମିକ ନାନା ଜାତି ଲୋକ ଏଇଠି କରନ୍ତି ବାସ,
ବାର ମାସେ ତେର ପରବ ପାଳନ୍ତି ଓଠରୁ ଝରାଇ ହସ ।
ବିଭିନ୍ନ ପ୍ରକାର ନୃତ୍ୟ ହେଉଥିଲେ ଓଡିଶୀ ତ ଜଣାଶୁଣା,
ମନ୍ଦିର ମାଳିନୀ ରାଜ୍ୟ ଭାବେ ଆଜି ବିଶ୍ବରେ ହେଉଛି ଗଣା ।।

ସାହିତ୍ୟିକ ପ୍ରେମୀ ଭାଷା ପାଇଁ ଲଢି ଝରାଇ ଅମୃତ ଧାରା,
ମାତୃଭାଷା ଆମ ଓଡିଆ ହୋଇଲା ସମଗ୍ର ଓଡିଶା ସାରା ।
ପୁର୍ବ ପୁରୁଷଙ୍କ ବିରତ୍ବ ବଳରେ ସ୍ବତନ୍ତ୍ର ଉତ୍କଳ ମାଟି,
ଅନ୍ୟ ରାଜ୍ୟ ସହ ମିଶିଥିଲା ଦିନେ ଆଣିଲେ ତାକୁ ସାଉଁଟି ।।

ଉଣେଇଶ ଶହ ଛତିଶ ଅପ୍ରେଲ ଏକ ଥିଲା ସେହି ଦିନ,
ମନେ ରଖିବାକୁ ଉତ୍କଳ ଦିବସ କରୁଛୁ ସର୍ବେ ପାଳନ।।।

ଅକ୍ଷୟ କୁମାର ବେହେରା
କେନ୍ଦୁଡିହା ବଡସାହି ମୟୂରଭଞ୍ଜ 

Post a Comment

Post a Comment (0)

Previous Post Next Post