ଉତ୍କଳ ଦିବସ

ଉତ୍କଳ ଦିବସ - ସ୍ପନ୍ଦନ କୁମାର ପରିଡା


ସିନ୍ଦୂରା ଫାଟିଲା ସୁରୁଜ ଉଇଁଲା,
ନବଦିଗନ୍ତରେ ନୂତନତା ଦେଖି ମୟୁର ନାଚିଲା।
ଓଡ଼ିଆ ଭାଷା ଆମ ପରିଚୟ ଓଡ଼ିଆ,
ଚାରିଗଡଜାତ ଜିଣା ଖୋର୍ଦ୍ଧା ଗଡ଼ିଆ।
ଆମେ ଓଡ଼ିଆ ଭାରି ବଢ଼ିଆ,
ଯହିଁ ଦେଖ ତହିଁ ଆମେ ଲଢୁଆ।
ମାଟି ମାଆ ର ତରୁଣୀ ଶିଖରେ,
ଉଡଇ ବିଜୟୀ ପୁଅର ଗାଥା।
ଯା ରଣହୁଙ୍କାରେ କମ୍ପିତ ହୁଅ,
ଗୋରା ସାହେବର ବକ୍ଷ,
ଆମେ ସେହି ଜୟିଗୁରୁର ରକ୍ଷକ।
ଆମେ ମାଟି ମାଆ ର ରକ୍ଷକ,
ଦରକାର ହେଲେ ଜୀବନ ଦେବୁ ଲଢ଼ିବୁ ସାଜି ଭକ୍ଷକ।
ଶୌର୍ଯ୍ୟ କୀର୍ତ୍ତି ଭରା ଧରଣୀ,
ଦେଶ ବିଦେଶ ନାମ ଯେ ତାହାର,
ସୁନା ଦୌଲତେ ହୋଇଛି ଆଜି ଭରଣୀ।
ଚାଷୀ ପୁଅ କ୍ଷେତେ ଗାଏ ହଳୁଆ ଗୀତ,
ବଣ ପକ୍ଷୀ ଦେଖି ଗାଏ ସଙ୍ଗୀତ।
ଦେଶ ବିଦେଶରେ ଆମ କାରିଗର,
କୌଶଳୀ ପଣେ ସେ ଯେ ନିପୁଣ।
ବୀର ସୈନିକ ସେଯେ ଦିଏ ସୁରକ୍ଷା,
ଦିନରାତି ଲୋଡ଼ା ନାହିଁ ସେଯେ କରେ ଖାଲି ରକ୍ଷା।
ଏମିତି ଆମର ଯଶ କୀର୍ତ୍ତି ର,
ରଖିବା ତାକୁ ଦେଇ ନିଜରି ପ୍ରାଣ।
ବନ୍ଦେ ଉତ୍କଳ ଜନନୀ
 
ସ୍ପନ୍ଦନ କୁମାର ପରିଡା
ନୟାଗଡ

Post a Comment

Post a Comment (0)

Previous Post Next Post
Free Shubhdristi App Download Now