ଶ୍ରଦ୍ଧାଞ୍ଜଳି

କରିବାକୁ ତ୍ରିରଙ୍ଗା ର ରକ୍ଷା
ନେଇଥିଲା ସିଏ ଦୀକ୍ଷା
ଆଜି ଶହୀଦ୍ ସେ, ଆମକୁ ଦେଇ ସୁରକ୍ଷା।

ଆଜି ମା'ର କୋଳ ଖାଲି
ଲୁହ ଓ ଲହୁ ରେ ଭିଜା ମାଟି ନାଲି
ସେ ଦେଶମାତୃକା ପାଇଁ ଶହୀଦ୍ ହୋଇ ଗଲେ ଚାଲି।

ନେତାଙ୍କୁ ଏତିକି ବିନତୀ
ବନ୍ଦକରି ତୁମ ହୀନ ରାଜନୀତି
କିଛି ତ କର୍ତ୍ତବ୍ୟ ଦେଖାଅ ଭାରତମାତା ପ୍ରତି ।

ବଳିଦାନ ହେବନି ବ୍ୟର୍ଥ
ହେବ ଆଉ ଏକ ମହାଭାରତ
ଭାରତବର୍ଷରୁ ହେବ ଆତଙ୍କବାଦ ର ଅନ୍ତ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now