ତ୍ରିରଙ୍ଗା ହସୁଥିଲା

 ତ୍ରିରଙ୍ଗା ହସୁଥିଲା 


କରୋନା ଭୟରେ ଚାରିଆଡେ ଖାଲି
ଅଗଷ୍ଟ ପନ୍ଦର ଖାପଛଡା ଲାଗୁଥିଲା ।

ବିଦ୍ୟାଳୟ କେବଳ ଦଶ ଜଣଙ୍କୁ ଦେଖି
ତା'ର ବିଦ୍ୟାର୍ଥୀ ମାନଙ୍କୁ ଝୁରୁଥିଲା ।

କୁନା ଆମର ମାଆ ପାଖେ ବସି
କରୋନାକୁ ଗାଳି କରି ଚାଲିଥିଲା ।

କାହିଁକି ଗାଳି ଦେଉଛୁ ପଚାରିବାରୁ
କୁହେ, ବୁନ୍ଦି ମିଠେଇକୁ ଝୂରୁଥିଲା ।

ଖୋଜି ପାଇଲିନି କୁନି କୁ ଯେବେ
ତ୍ରିରଙ୍ଗା ଧରି ସେ ଜନ ଗଣ ମନ ଗାଉଥିଲା ।

ମୁନା ଆମର ତ୍ରିରଙ୍ଗା ଦେଖିବା ପାଇଁ
ଛାତ ଉପରକୁ ଧାଇଁ ଗଲା ।

ତା' ପଛେ ପଛେ କୁନା କୁନି ଦୋୖଡି ଗଲେ
କାରଣ, ଛାତ ଉପରୁ ତାଙ୍କ ବିଦ୍ୟାଳୟ ଦିଶୁଥିଲା ।

ସକାଳୁଆ ପବନରେ ଚିତ୍ରଶୋଭିତ ତ୍ରିରଙ୍ଗା
ଫର ଫର ହୋଇ ଉଡୁଥିଲା  ।

ତାକୁ ଦେଖି କୁନା କୁନି ଓ ମୁନାଙ୍କ ଆଖିରୁ
ଲୋତକ ଧାରା ବହିଗଲା ।

ମୁଁ ଯେତେବେଳେ ତ୍ରିରଙ୍ଗା କୁ ଚାହିଁ ଦେଲି
ତ୍ରିରଙ୍ଗା ମୋତେ ଚାହିଁ ହସୁଥିଲା ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now