କାଚ ଗିଲାସ

 କାଚ ଗିଲାସ - ଅର୍ପିତା ବଳ



ଯେତେ ବେଳେ ମୁଁ ବହୁତ ଛୋଟ ଥିଲି ଦିନେ ମୋ ବୋଉକୁ ପଚାରିଲି -ବୋଉ ଲୋ ଧନୀ ଓ ଗରିବ କାହାକୁ କୁହାଯାଏ? ବଡ ଭାଇ ପାଖରେ ଥାଇ କହିଲା ଯାହାର ଟଙ୍କା ଅଧିକ ଅଛି ସେ ଧନୀ ଓ ଯାହାର ନାହିଁ ସେ ଗରିବ. କିନ୍ତୁ ମୋ ବୋଉ କୋଳରେ ବସାଇ କହିଲା ମା ଲୋ ଦୁନିଆ ରେ ଧନୀ ଜଣେ ସେ ହେଉ ଛନ୍ତି ଭଗବାନ ଏବଂ ତାଙ୍କ ଛତ୍ରଛାୟା 
ତଳେ ରହି ଥିବା ଲୋକ ମାନେ ହେଉଛନ୍ତି ଗରିବ ଯେପରିକି ଆମେମାନେ. ସେହିଦିନ ଏହି କଥା ମୋ ମନ କୁ ଭାରି ପାଇଥିଲା.. 
     
      ଗ୍ରୀଷ୍ମ ଛୁଟି ଦିନେ ମୁଁ,ବାପା ଓ ଆମର ଜଣେ ଦୂର ସମ୍ପର୍କୀୟ ଗୋପୀ ଜେଜେ କୌଣସି ଏକ କାମ ନିମନ୍ତେ କଟକ ବାହାରିଲୁ. ମୋ ବାପା ଆମ ଗାଁ ର କାଶୀ ଦାଦା ଙ୍କ ଅଟୋ ଠିକ କଲେ. କାଶୀ ଦାଦା ଆମକୁ କଟକ ନେଲେ. ସେଦିନ ଭୀଷଣ ଖରା ସହ ଗରମ ଝାଂଜି ପବନ ବହୁ ଥାଏ. ଆମେ କାମ ସାରି ଫେରିବା ସମୟରେ ବାପା ସୁମନ ମଉସା ଙ୍କ ଘରକୁ ବୁଲି ଯିବା କୁ କହିଲେ. ସୁମନ ମଉସା ଜଣେ ସରକାରୀ ଅଫିସର. ସେ ତାଙ୍କ ଜୀବନ ରେ ବହୁ ଘାତପ୍ରତିଘାତ ଓ ସଂଘର୍ଷ କରି ଏହି ଆସନ ରେ ପହଂଚି ଛନ୍ତି ବୋଲି ବାପା ଙ୍କ ଠାରୁ ବହୁ ବାର ଶୁଣିଚି. ମଉସା ଛୋଟ ବେଳୁ ଗୋପୀ ଜେଜେ ଙ୍କ ଘରେ ପାଠ ପଢି ବଢ଼ିଛନ୍ତି. କାରଣ ସେ ସମୟ ରେ ମଉସାଙ୍କ ପରିବାର ର ଆର୍ଥିକ ପରିସ୍ଥିତି ବହୁତ ସ୍ୱଚ୍ଛଳ ଥିଲା. 
ସେ ଯାହା ଭି ହେଉ ଆମେ ମଧ୍ୟାନ ସମୟରେ ସୁମନ ମଉସା ଙ୍କ ଘରେ ପହଂଚିଲୁ.ସୁମନ ମଉସା ଆମକୁ ଦେଖି ବହୁତ ଖୁସି ହୋଇ ଯାଇ ଥିଲେ. ସଙ୍ଗେସଙ୍ଗେ ମଉସା ଆମକୁ ସୋଫା ଉପରେ ବସି ବାକୁ କହି କେଉଁଠାରୁ ଏକ ପୁରୁଣା ଚେୟାର ବାହାର କରି ଆଣି କାଶୀ ଦାଦା ଙ୍କୁ ବସି ବାକୁ ଦେଲେ ଏବଂ ମାଉସୀ ଙ୍କୁ ପାଣି ଆଣି ବାକୁ ନିର୍ଦେଶ ଦେଲେ. 
ମଉସା ଆମ ମାନଙ୍କୁ କାଚ ଗିଲାସରେ ପାଣି ଦେବା ସମୟ ରେ କାଶୀ ଦାଦା ଙ୍କୁ ଏକ ଷ୍ଟିଲ ଗିଲାସ ରେ ପାଣି ପି ବାକୁ ଦେଲେ. 
ମୁଁ ଏ ସବୁ ଲକ୍ଷ୍ୟ କରୁ ଥାଏ. ଏହା ଦେଖି ମୋତେ ଦୁଃଖ ବହୁତ ଲାଗିଲା. ସତେ ଯେପରି ମଉସା ଙ୍କର ସରକାରୀ କାଗଜ ପତ୍ର ରେ ଷ୍ଟାମ୍ପ ବାଜିଲା ପରି ଧନୀ ଲୋକ ଙ୍କ ପାଇଁ କେବଳ କାଚ ଗିଲାସ ଓ ଗରିବ ଙ୍କ ପାଇଁ ଷ୍ଟିଲ ଗିଲାସ ର ଷ୍ଟାମ୍ପ ବାଜିଯାଇଛି.ଏହା ପରେ ଗୋପୀ ଜେଜେ ସୁମନ ମଉସା ଙ୍କ ଛୋଟ ବେଳ ର କଥା କହିଲେ. ସେ କିପରି ମେଧାବୀ ଛାତ୍ର ଥିଲେ? କିପରି ସେ ନାନା ଦୁଃଖ କଷ୍ଟ ସହି ଏହି ପଦବୀ ରେ ପହଂଚି ପାରିଛନ୍ତି?
କିପରି ସେ ଛୋଟ ବେଳେ ରହି ତାଙ୍କ ଘରେ ରହି ପାଠ ପଢୁ ଥିଲେ? ସେତେବେଳେ ମୋର ପିଲାଳିଆମୀ ବୁଦ୍ଧି. ମୁଁ ଜେଜେ ଙ୍କୁ କହିଲି ତୁମେ ମାନେ କାଚ ଗିଲାସ ରେ ପାଣି ପିଉ ଥିବ ଓ ମଉସା ଙ୍କୁ ଷ୍ଟିଲ ଗିଲାସ ରେ ପାଣି ଦେଉ ଥିବ ପ୍ରାୟେ. ମୋ ଏ ପଦିଏ କଥାରେ ବାପା ଙ୍କର ନାଲି ଆଖି ଏବଂ ସମସ୍ତଙ୍କର ମୋ ଆଡକୁ ଏକ ଚିତ୍ତ ରେ ଚାହିଁ ରହିବା ଆଜି ମୋର ମନେ ପଡି ଯାଉଛି.ହୁଏତ ମୁଁ ସେଦିନ ଭୁଲ କଥା କହି ଥାଇ ପାରେ କିନ୍ତୁ ମଉସା ସେ ଭଳି ଭୁଲ କାମ ଆଉ କରୁ ନ ଥିବେ ବୋଲି ମୋର ଦୃଢ଼ ବିଶ୍ୱାସ......... 

Post a Comment

Post a Comment (0)

Previous Post Next Post
Free Shubhdristi App Download Now