ମାସ୍କ୍ ବିଷୟରେ କିଛି ଜାଣିବା କଥା

ମାସ୍କ୍ ବିଷୟରେ କିଛି ଜାଣିବା କଥା
ଡ଼ା ଦୀପକ କର



ମାସ୍କ୍ କୁ ନେଇ ଅନେକ ବ୍ୟକ୍ତିଙ୍କ ମନ ଭିତରର ପ୍ରଶ୍ନର ଉତ୍ତର ପାଇବାପାଇଁ ପଢନ୍ତୁ। ଜାଣିରଖନ୍ତୁ ତଳ ସମସ୍ତ ତଥ୍ୟ ବିଜ୍ଞାନସମ୍ମତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରିତ।
ପ୍ର ୧: ମେଡିକାଲ୍ ମାସ୍କ୍ ପିନ୍ଧିଲେ କରୋନା ପ୍ରଭାବରୁ ମୁକ୍ତ ରହିବି ?
ଉ: କେବଳ ମାସ୍କ ପିନ୍ଧି ଆପଣ ନିଜକୁ କରୋନା ପ୍ରଭାବରୁ ରକ୍ଷା କରିପାରିବେ ନାହିଁ। ଏହା ସହିତ ଆପଣଙ୍କୁ ସ୍ୱଚ୍ଛତା ମଧ୍ୟ ଅବଲମ୍ବନ କରିବାକୁ ହେବ। ଅନାବଶ୍ୟକ ପରିସ୍ଥିତିରେ ମାସ୍କ ପିନ୍ଧିବାର ଇଚ୍ଛା କରିବାର ଅର୍ଥ ଆପଣ ପରୋକ୍ଷରେ ମୂଲ୍ୟ ବୃଦ୍ଧି ରେ ଅଂଶ ଗ୍ରହଣ କଲେ। 

ପ୍ର ୨: ତେବେ ମାସ୍କ୍ କିଏ ପିନ୍ଧିବା ଉଚିତ?
ଉ: ଯଦି ଆପଣ କୌଣସି ଶ୍ୱାସନଳୀ ସଙ୍କ୍ରମଣଜନିତ ରୋଗୀ, ବା କୌଣସି ସଙ୍କ୍ରମିତ ରୋଗୀଙ୍କ ସେବା ଶୁଶ୍ରୁଷାରେ ନିୟୋଜିତ, ବା କୌଣସି ଚିକିତ୍ସାଳୟରେ ନିଜର ସଙ୍କ୍ରମଣଜନିତ ରୋଗର ଚିକିତ୍ସା ପାଇଁ ଅଛନ୍ତି ବା ସଙ୍କ୍ରମଣର ନିକଟତର ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ, ତେବେ ମାସ୍କ୍ ପିନ୍ଧିବା ଉଚିତ।
ଯଦି ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ତ୍ବାବଧାନରେ କୌଣସି କରୋନା ସନ୍ଦିଗ୍ଧ ବା ଚିହ୍ନିତ ରୋଗୀ ଅଛନ୍ତି ତେବେ ମେଡିକାଲ୍ ମାସ୍କ୍ ପିନ୍ଧିବା ଉଚିତ।
ରୋଗୀର ଇନଟୁବେସନ ବା ସିପିଆର୍ ପରି ପ୍ରଣାଳୀ ସହ ସଂପୃକ୍ତି ଥିଲେ ବିଶେଷ ଧରଣର ମେଡିକାଲ ମାସ୍କ୍, ଯାହା N95 ବା FFP2 ଭାବେ ଜଣାଶୁଣା, ତାହାର ବ୍ୟବହାରର ଆବଶ୍ୟକତା ପଡେ। 


ପ୍ର ୩: ମେଡିକାଲ ମାସ୍କ୍ ପିନ୍ଧିବାର କ'ଣ ବିଶେଷ ବିଧି ବା ସୋପାନ ଅଛି? 
ଉ: ଆଜ୍ଞା ହଁ, 
ପିନ୍ଧିବା ସମୟରେ ଏହା ଯେପରି ନାକ ଏବଂ ମୁହଁକୁ ସମ୍ପୂର୍ଣ୍ଣ ଘୋଡାଇବ ସେଥିପ୍ରତି ଧ୍ୟାନ ଦେବେ। ପିନ୍ଧିଥିବା ଅବସ୍ଥାରେ ମାସ୍କ୍ ର ସମ୍ମୁଖଭାଗକୁ ହାତରେ ଛୁଅନ୍ତୁ ନାହିଁ । ଖୋଲିବାବେଳେ ଯଦି ହାତ ଲାଗିଯାଏ ତେବେ ହାତକୁ ଭଲଭାବରେ ଧୋଇନିଅନ୍ତୁ। 

କିଛିସମୟ ପିନ୍ଧିଲାପରେ ମାସ୍କ୍ ଯଦି ଓଦା ହେଇଯାଏ, ତେବେ ଏହାକୁ ବଦଳାଇଦେବା ଉଚିତ। ଡିସପୋଜେବଲ୍ ବା ସିଙ୍ଗଲ୍ ୟୁଜ ମାସ୍କ୍ ପୁନଃ ବ୍ୟବହାର ଉପଯୋଗୀ ନୁହେଁ।

କୌଣସି ପରିସ୍ଥିତିରେ ବଜାରରେ ଉପଲବ୍ଧ କପଡାରେ ତିଆରି ମାସ୍କ୍, ମେଡିକାଲ୍ ମାସ୍କ୍ ର ବିକଳ୍ପ ନୁହେଁ। କପଡା ମାସ୍କ୍ ରେ ବୀଜାଣୁ ସୁବିଧାରେ ବଢିପାରନ୍ତି ଏବଂ ଏହା ସ୍ୱାସ୍ଥ୍ୟକର ନୁହେଁ। କରୋନା ବା ଯେକୌଣସି ଭୂତାଣୁଜନିତ ସଙ୍କ୍ରମଣ ରୋକିବାରେ ଏହାର କୌଣସି ଉପାଦେୟତା ନାହିଁ । 

1 Comments

  1. ବହୁତ୍ ଉପାଦେୟ ତଥ୍ୟ, ସମସ୍ତେ ଜାଣିବା ଉଚିତ୍ । ବହୁତ ଧନ୍ୟବାଦ ।

    ReplyDelete

Post a Comment

Post a Comment

Previous Post Next Post
Free Shubhdristi App Download Now