ନାରୀ

ନାରୀ - ଦୀପାଞ୍ଜଳି ଦାସ


ଦୁନିଆକୁ ଆସେ ହସ ଖୁସି ନେଇ
ବହୁ ବନ୍ଧନରେ ଯୋଡା ମୋ କାହାଣି ।
ମା ସ୍ତୀ,ଭାଉଜ,ଭଉଣି,
ଜେଜି,ଆଈ,ସାଙ୍ଗ,ପ୍ରେମିକା ମୁ ଫୁଣି ।
ସବୁ ବନ୍ଧନରେ ଫୁଲ ହୋଇ ରହେ
ଵାସରେ ବନ୍ଧନ ମହକାଇ ଦିଏ ।
ଦୀପ ଶୀଖା ଭଳି ତିଳ ତିଳ ଜଳି
ବ୍ୟଥା କୋହ ଚାପି ହସୁଥାଏ ଖାଲି ।
ମାନ ଅପମାନ ଦୁଃଖ କଷ୍ଟ ସହି
ନିଜ ଅଧିକାର ପାଈ ଲଢୁଥାଇ ।
ହେଲେ ଏ ସମାଜ ଦିଏ ଏତେ କଷ୍ଟ 
ସମ୍ମାନ ମୋହର କରିଦିଏ ନଷ୍ଟ ।
ଯୋତୁକ ଯୁଇ ଧର୍ଷଣ ଶିକାର
ନିତିଦିନିଆ ଏ ଖଵର ଆଗର ।
ଭୃଣହତ୍ୟା ନାନା ଅତ୍ୟାଚାର
ସହିସହି ହେଲି ନିରୁପାୟ ।
ସମ୍ମାନ ଅଧିକାର ପାଇ ଲଢି
ମୋ ପରି ଫୁଲ ଗଲେଣି ମୋଉଳି ।
ଭୁଲିଯାଅ ନାହି ମୋର ଅସ୍ତିତ୍ବକୁ
ଦୁର୍ଗା କାଳୀ ରୂପେ ବିଶ୍ଵ ପୂଜିତା ମୁ  ।
ବୀରାଙ୍ଗନା ଚଣ୍ଡି ସହାରିଣୀ ମୁ
ଜାତ ଦେଇ ନଷ୍ଟ କରିପାରେ ମୁ।
ପ୍ରେମ ସେହ୍ନ ସମ୍ମାନ ମାଗ ଇ 
ତା ପ୍ରତିଦାନେ ସ୍ବର୍ଗ ସୁଖ ଦେଇ।
ଵନ୍ଦନା ଅଚ୍ଚନା ଦରକାର ନାହି
ନାରୀ ମୁ ନାରାୟଣୀ ଅଟଇ।

1 Comments

Post a Comment

Post a Comment

Previous Post Next Post

ଶୁଭଦୃଷ୍ଟି ବିଷୁବ ଅର୍ଘ୍ୟ

(୨ୟ ବର୍ଷ, ୨ୟ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ